ପୁରୀ: ପୁଣି ଅଲୋଡା ହେଲା ଶିଶୁକନ୍ୟା। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡ ଡାକ୍ତରଖାନା ନିକଟରେ।
ଡାକ୍ତରଖାନା ବ୍ଳଡ ବ୍ୟାଙ୍କ ସମ୍ମୁଖ ଏଟିଏମ ପାଖରେ ଏକ ଶିଶୁକନ୍ୟାକୁ କିଏ ଛାଡି ଚାଲିଯାଇଥିଲା। ଲୋକେ ଏହାକୁ ଦେଖିବାପରେ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ । ପରେ ଚାଇଲଡ ଲାଇନ୍ କର୍ମକର୍ତ୍ତା ଶିଶୁକନ୍ୟାଟିକୁ ସେଠାରୁ ନେଇ ଚିକିତ୍ସା କରାଇଥିଲେ।
ତେବେ ଆଜିର ସଭ୍ୟ ସମାଜ ଶିଶୁ କନ୍ୟାକୁ ଏପରି ହତାଦର କରିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ