ETV Bharat / state

କାଳିଆ ପାଇଁ କାର୍ତ୍ତିକ ଆରମ୍ଭରୁ ସିଂହଦ୍ବାରରେ ସଂକୀର୍ତ୍ତନ କଲେ ବିଦେଶୀ ଭକ୍ତ

ସୁଦୁର ଋଷରୁ ଆସିଥିବା ଏହି ବିଦେଶି ଭକ୍ତ ତେଜସ୍ବିନୀ ଦେବଦାସୀ ଓ ଶକ୍ତିତତ୍ତ୍ବ ଦାସ । ସିଂହଦ୍ବାର ବାରିକେଡ୍ ପାଖରେ ଠିଆହୋଇ ପତିତପାବନଙ୍କ ଦର୍ଶନ ସହ ହାତରେ ଗିନି ଆଉ ହାରମୋନିୟମ୍ ବଜାଇ ତୁଣ୍ତରେ ଜୟ ଜଗନ୍ନାଥ ନାମ ଉଚ୍ଚାରଣ କରି ସଂକୀର୍ତ୍ତନ କରୁଛନ୍ତି ।

author img

By

Published : Oct 31, 2020, 9:31 PM IST

କାଳିଆ ପ୍ରେମରେ ବନ୍ଧା ବିଦେଶୀ ଭକ୍ତ
କାଳିଆ ପ୍ରେମରେ ବନ୍ଧା ବିଦେଶୀ ଭକ୍ତ

ପୁରୀ: କାଳିଆ ପ୍ରେମରେ ବନ୍ଧା ବିଦେଶୀ ଭକ୍ତ କାଳିଆର ଡୋରି ନ ଲାଗିଲେ ଶ୍ରୀକ୍ଷେତ୍ରରେ ପାଦ ରଖିବା ଅସମ୍ଭବ। ସେଥି ପାଇଁ ତ ସେ ହେଉଛି ବ୍ରହ୍ମାଣ୍ତ ମାଲିକ। ଯିଏ ତାକୁ ଭକ୍ତିର ସହ ଡାକିଛି ସେ ଜୀବନରେ ସବୁକିଛି ପାଇଛି। ଏଭଳି ଏକ ଉଦାହରଣ ହେଉଛନ୍ତି ସୁଦୁର ଋଷରୁ ଆସିଥିବା ଏହି ବିଦେଶି ଭକ୍ତ ତେଜସ୍ବିନୀ ଦେବଦାସୀ ଓ ଶକ୍ତିତତ୍ତ୍ବ ଦାସ ।

କାଳିଆ ପ୍ରେମରେ ବନ୍ଧା ବିଦେଶୀ ଭକ୍ତ

ସିଂହଦ୍ବାର ବାରିକେଡ୍ ପାଖରେ ଠିଆହୋଇ ପତିତପାବନଙ୍କ ଦର୍ଶନ ସହ ହାତରେ ଗିନି ଆଉ ହାରମୋନିୟମ୍ ବଜାଇ ତୁଣ୍ତରେ ଜୟ ଜଗନ୍ନାଥ ନାମ ଉଚ୍ଚାରଣ କରି ସଂକୀର୍ତ୍ତନ କରୁଛନ୍ତି । ଶ୍ରୀମନ୍ଦିର ଭିତରକୁ ବିଦେଶୀଙ୍କୁ ପ୍ରବେଶ ପାଇଁ ଅନୁମତି ନଥିଲେ ମଧ୍ୟ ସିଂହଦ୍ବାରରୁ ସେ ଭକ୍ତର ହୃଦୟ କଥା ଜାଣି ପାରୁଛି ବୋଲି ତେଜସ୍ୱିନୀ କହିଛନ୍ତି। ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥିବାରୁ ଶ୍ରୀମନ୍ଦିର ଚତୁପାର୍ଶ୍ବ ପରିକ୍ରମା କରିବା ସହ ମହାପ୍ରଭୁଙ୍କ ନାମ ଉଚ୍ଚାରଣ କଲେ ଆତ୍ମ ସନ୍ତୋଷ ମିଳୁଛି ବୋଲି କହିଛନ୍ତି ଏହି ବିଦେଶୀ ଭକ୍ତ।

ଏପରିକି ସେ ଓଡିଶା ଆସିବା ପରେ ନିଜ ନାମ ତେଜସ୍ୱିନୀ ରଖିଛନ୍ତି । ସେହିପରି ସେ ମହାପ୍ରଭୂ ଶ୍ରୀଜଗନ୍ନାଥ ଓ ଓଡିଶାର ପରମ୍ପରା ବେଶ ଭଲ ପାଆନ୍ତି ବୋଲି କହିଛନ୍ତି। ଖଣ୍ଡି ଖଣ୍ଡି ଓଡ଼ିଆ ଭାଷା ବି ସେ କହି ପାରୁଛନ୍ତି। ସେ ଶ୍ରୀକ୍ଷେତ୍ର ଆଜୀବନ ମହାପ୍ରଭୁଙ୍କ ପାଦ ତଳେ ଜୀବନ କାଟି ବାକୁ ତାଙ୍କର ଇଚ୍ଛା ଥିବା କୁହନ୍ତି । ତାଙ୍କ ଦେଶକୁ ସେ ଫେରି ବାକୁ ଚାହାନ୍ତି ନାହିଁ। ତାଙ୍କୁ ଯଦି ଭାରତର ନାଗରିକ ଭାବେ ମାନ୍ୟତା ମିଳନ୍ତା, ସେ ପୁରୀ ସହରରେ ମହାପ୍ରଭୁଙ୍କ ଧାମରେ ଚିର ଦିନ ରହିବାକୁ ଚାହୁଁଥିବା ଏହି ବିଦେଶୀ କାଳିଆ ଭକ୍ତ କୁହନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇ ଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.