ପୁରୀ: ନଦୀ ପଠାରୁ ବିଶାଳ ଅଜଗର ଉଦ୍ଧାର । ପୁରୀ ଚନ୍ଦନପୁର ଦୋବନ୍ଧା ବାସୁଦେବପୁରର ଭାର୍ଗବୀ ନଦୀ ପଠାରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ପ୍ରାୟ 10ଫୁଟ ବୋଲି ଜଣାପଡିଛି । ଗାଁ ଲୋକେ ଦେଖି ସ୍ନେକ ହେଲପ ଲାଇନକୁ ଖବର ଦେବା ପରେ ସାପଟିକୁ ପାଣିରୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି ।
ଗତ ମାସ ଅଗଷ୍ଟ 13ରେ ଚନ୍ଦନପୁର ସେନାପଟିଆ ଅଞ୍ଚଳରୁ ପ୍ରାୟ ସାଢେ ଛଅ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଥିଲା । ସ୍ନେକ ହେଲ୍ପ ଲାଇନ ସହାୟତାରେ ଗ୍ରାମବାସୀ ମାନେ ଅଜଗରକୁ ଧରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ପୂର୍ବରୁ ମଧ୍ୟ ଏହାର ନିକଟବର୍ତ୍ତୀ ସିଙ୍ଗିପୁର ଅଞ୍ଚଳରୁ ଏକ 10ଫୁଟ ଲମ୍ବର ବଡ ଅଜଗର ଉଦ୍ଧାର ହୋଇଥିଲା ।
ଏହି ଅଞ୍ଚଳରେ ବାରମ୍ବାର ଅଜଗର ସାପ ଉଦ୍ଧାର ହେବା ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ହେଉଛନ୍ତି । ବନ୍ୟାଜଳରେ ବାରମ୍ବାର ଭାର୍ଗବୀ ନଦୀକୁ ବିଶାଳ ବିଶାଳ ଅଜଗର ଭାସିଆସୁଥିବା ଗ୍ରାମବାସୀ କହୁଥିବା ବେଳେ ସେହି ଅଞ୍ଚଳରେ ଅଜଗରଙ୍କ ବଂଶବୃଦ୍ଧି ହେଉଥିବା ସ୍ନେକ ହେଲପଲାଇନ ପକ୍ଷରୁ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ