ETV Bharat / state

Police Foundation Day: ପୁରୀରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ - ପୁରୀରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ

୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ସମାରୋହରେ ଏସପି କେ. ବିଶାଲ୍ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

police foundation day: ପୁରୀରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ

author img

By

Published : Apr 1, 2022, 4:31 PM IST

ପୁରୀ: ଆଜି(ଶୁକ୍ରବାର) ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ସମାରୋହରେ ଏସପି କେ. ବିଶାଲ୍ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସମ୍ମାନିତ ପରେଡରେ ଏସପି ଅଭିବାଦନ ଗ୍ରହଣ କରିଥିଲେ ।

police foundation day: ପୁରୀରେ ପାଳିତ ହେଲା ପୋଲିସ ପ୍ରତିଷ୍ଠା ଦିବସ

ଏହି ଅବସରରେ ଏସପି କହିଥିଲେ ଯେ, ‘‘ପୋଲିସ ଯେଭଳି ପୁରୀ ଜିଲ୍ଲାବାସୀଙ୍କ ଆସ୍ଥାଭାଜନ ହୋଇପାରିବ ସେ ଦିଗରେ ସମସ୍ତେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସେହିପରି ପ୍ରତିଦିନ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ଅଧିକରୁ ଅଧିକ ସୁରକ୍ଷା ଦେବାରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।’’

ଆଜି ଏହି ଅବସରରେ ଉଲ୍ଲେଖନୀୟ ସେବା ପ୍ରଦର୍ଶନ କରିଥିବା କୃତି ପୋଲିସ କର୍ମଚାରୀ ମାନଙ୍କୁ ଏସପି କନୱର ବିଶାଳ ସିଂ ପୁରସ୍କୃତ କରିଥିଲେ । ସେହିପରି ପୋଲିସ ଷ୍ଟେସନକୁ ଆସୁଥିବା ବ୍ୟକ୍ତିଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବାକୁ ଏସପି ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.