ETV Bharat / state

ଆସନ୍ତା 31ରୁ ସପ୍ତମ ଜାତୀୟ ଭାଷା ସମ୍ମିଳନୀ ଆରମ୍ଭ - ସପ୍ତମ ଜାତୀୟ ଭାଷା ସମ୍ମିଳନୀ ପୁରୀ

ଆସନ୍ତା 31ରୁ ପୁରୀରେ ଆରମ୍ଭ ହେବ ସପ୍ତମ ଜାତୀୟ ଭାଷା ସମ୍ମିଳନୀ । 3 ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଆସନ୍ତା 31 ରୁ ସପ୍ତମ ଜାତୀୟ ଭାଷା ସମ୍ମିଳନୀ ଆରମ୍ଭ

author img

By

Published : Mar 25, 2021, 5:35 PM IST

ପୁରୀ: ଆସନ୍ତା 31ରୁ ଆରମ୍ଭ ହେବ ସପ୍ତମ ଜାତୀୟ ଭାଷା ସମ୍ମିଳନୀ । ପୁରୀରେ ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଇନଷ୍ଟିଚ୍ୟୁଟ ଅଫ ଓଡ଼ିଶା ଷ୍ଟଡ଼ିଜ ଆଣ୍ତ ରିସର୍ଚ୍ଚର ମିଳିତ ଆନୁକୂଲ୍ୟରେ ଏହି ଜାତୀୟ ଭାଷା ସମ୍ମିଳନୀ କରାଯାଉଛି ।

ଏହି ସମ୍ମିଳନୀରେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ଭାଷାବିତ ଯୋଗଦେବେ । ସମ୍ମିଳନୀରେ ପ୍ରାୟ ୬୮ ଟି ଗବେଷଣା ସନ୍ଦର୍ଭ ଉପସ୍ଥାପିତ ହେବ । ବିଶେଷକରି ଓଡ଼ିଆ ଓ ସଂସ୍କୃତ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ହରିହର ହୋତା, କୁଳସଚିବ ଧରଣୀଧର ରଣା ଅନୁଷ୍ଠାନର ଉପାଧ୍ୟକ୍ଷା ସିପ୍ରା ମଲ୍ଲିକ ଓ ସମ୍ପାଦକ ସୁବ୍ରତ ପୃଷ୍ଟି ସମ୍ମିଳନୀରେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.