ETV Bharat / state

ପୁରୀ ପୋଲିସକୁ ସଫଳତା, 7 ଡକାୟତ ଗିରଫ - 7 dakayat arrested in puri

ଏହି ଡକାୟତ ଗ୍ୟାଙ୍ଗ ପୁରୀର ଜଗନ୍ନାଥ ବଲ୍ଲବ ମ୍ୟୁଜିଅମରୁ ହୀରା ଅଳଙ୍କାର ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ପୁରୀ ଟାଉନ ପୋଲିସ ଚଢ଼ାଉ କରି 7 ଜଣଙ୍କୁ ଗିରଫ କରିଛି ।

ଡକାୟତ ଗିରଫ
ଡକାୟତ ଗିରଫ
author img

By

Published : Aug 7, 2020, 4:02 PM IST

ପୁରୀ: ଶୁକ୍ରବାର ପୁରୀ ପୋଲିସକୁ ବଡ ସଫଳତା ମିଳିଛି । 7 ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଏହି ଡକାୟତ ଗ୍ୟାଙ୍ଗ ପୁରୀର ଜଗନ୍ନାଥ ବଲ୍ଲବ ମ୍ୟୁଜିଅମରୁ ହୀରା ଅଳଙ୍କାର ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ପୁରୀ ଟାଉନ ପୋଲିସ ଚଢ଼ାଉ କରି 7 ଜଣଙ୍କୁ ଗିରଫ କରିଛି ।

ପୁରୀ ପୋଲିସକୁ ସଫଳତା, 7 ଡକାୟତ ଗିରଫ

ତେବେ ସେମାନଙ୍କ ନିକଟରୁ ଖଣ୍ଡା , ଲୁହା ରଡ଼ ଓ ପ୍ଲାଷ୍ଟିକ ରସି ଆଦି ସାମଗ୍ରୀ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଏହି ଡକାୟତ ମାନେ 6 ତାରିଖ ସନ୍ଧ୍ୟାରେ ଜଗନ୍ନାଥ ବଲ୍ଲବରେ ଏକଠି ହୋଇ ଲୁଟ ପାଇଁ ଯୋଜନା କରୁଥିଲେ। ସେପଟେ ଏନେଇ ପୋଲିସକୁ ବିଶେଷ ସୁତ୍ରରୁ ସୂଚନା ମିଳିଥିଲା । ସୂଚନା ଆଧାରରେ ପୁରୀ ଟାଉନ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଥିଲା। ତେବେ ପୋଲିସକୁ ଦେଖି ଡକାୟତ ମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ପୋଲିସ ହାବୁଡ଼ରୁ ବର୍ତ୍ତି ପାରିନଥିଲେ ।

7 ଗିରଫ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁରର ଟୁଟୁ ସ୍ବାଇଁ , ପୁରୀ ସଦର ଥାନା ଅଞ୍ଚଳର ଜିତେନ୍ଦ୍ର ବେହେରା , ନିମାପଡାର ବୃନ୍ଦାବନ ଦାସ , ପୁରୀ ତାଳବଣିଆ ଥାନା ଅଞ୍ଚଳର ବଞ୍ଚା ବେହେରା , ଭାଗୀରଥୀ ପ୍ରଧାନ , ପେଣ୍ଠକଟାର ସନ୍ତୋଷ ଜଗଦେବ ଓ ବାସେଲି ସାହିର ସୁଦର୍ଶନ ମାଝୀ। ଏମାନଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.