ପୁରୀ: ପୁରୀରେ ବଢ଼ୁଛି କୋଭିଡ ସଂକ୍ରମଣ । ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ମଧ୍ୟରେ ପଜିଟିଭ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ମୋଟ ୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୨୬ ସେବାୟତ ଓ ୧୩ ସେବାୟତ ପରିବାର ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଶ୍ରୀମନ୍ଦିର କର୍ମଚାରୀ, ଜେ଼ଟିପି, ଓ ଜୋତାଷ୍ଟାଣ୍ଡ କର୍ମଚାରୀ ମିଶି ୩୦ ପଜିଟିଭ ଚିହ୍ନଟ।ସେହିପରି ସଂକ୍ରମିତ ହୋଇଥିବା ସେବାୟତଙ୍କ ମଧ୍ୟରେ ୩୨ ଜଣ ସେବାୟତ କୁମ୍ଭମେଳା ଫେରନ୍ତା ରହିଛନ୍ତି ।
ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି । ୨୧ ଜଣଙ୍କ ରିପୋର୍ଟ ଆସିଥିବାବେଳେ ୧୯ ଜଣ ନେଗେଟିଭ, ୨ ଆକ୍ରାନ୍ତ ଥିବା ଜଣାପଡିଛି । ଅବଶିଷ୍ଟ ୧୧ ଜଣଙ୍କର ଆଜି ରିପୋର୍ଟ ଆସିବାର ଅଛି । ସେପଟେ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ଵୃଦ୍ଧି ପାଉଥିବାବେଳେ ପ୍ରଶାସନ ସତର୍କ ରହିଛି । ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତିଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ଅଥବା କୋଭିଡ ଟିକାର ଦୁଇଟି ଡୋଜ ନେଇଥିବା ପ୍ରମାଣପତ୍ର ଯାଞ୍ଚ କରାଯାଉଛି । ସେହିପରି ପୁରୀରେ 130 ଶଯ୍ୟା ଓ 15 ଶଯ୍ୟା ବିଶିଷ୍ଟ ଆଇସିୟୁ କୋଭିଡ ହସ୍ପିଟାଲ ରହିଛି । ଖୋର୍ଦ୍ଧା ଜିଲ୍ଲାର କିଛି ହସ୍ପିଟାଲ ସହିତ ଯୋଗାଯୋଗ ରଖାଯାଇ ଗୁରୁତର ରୋଗୀଙ୍କୁ ସେଠାକୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି । କୋଭିଡ ଗାଇଡ଼ଲାଇନ ସମସ୍ତେ ମାନି ସୁରକ୍ଷିତ ରହିବା ପାଇଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ନିବେଦନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ