ETV Bharat / state

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ସ୍ଥିତି ପରଖିଲେ ପାଣ୍ଡିଆନ - ପୁରୀରେ ପାଣ୍ଡିଆନ

ଆସନ୍ତା ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ । ଜିଲ୍ଲା ଗସ୍ତ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ

5T Chairman VK Pandian
5T Chairman VK Pandian
author img

By ETV Bharat Odisha Team

Published : Dec 2, 2023, 9:30 PM IST

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ

ପୁରୀ: ଜିଲ୍ଲା ଗସ୍ତରେ ଆସି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଛନ୍ତି । ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ ପାଇଁ ନୂତନ ରାସ୍ତାର ଜମି ଅଧିଗ୍ରହଣ ସମ୍ପର୍କରେ ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ ।

ପାଣ୍ଡିଆନ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ମ୍ୟାପକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ରାସ୍ତା ପାଇଁ ଯେଉଁ ଜମି ଅଧିଗ୍ରହଣ ହେବ ସେ ସ୍ଥାନକୁ ବୁଲି ଦେଖିବା ସହ କାର୍ଯ୍ୟ ଶେଷ ନେଇ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି 5T ଅଧ୍ୟକ୍ଷଙ୍କୁ କାର୍ଯ୍ୟର ଅଗ୍ରଗତି ନେଇ ଅବଗତ କରାଇଥିଲେ । ସେହିପରି ଶ୍ରୀମନ୍ଦିର ଚାରିଦ୍ବାରରେ ଚାଲିଥିବା କାର୍ଯ୍ୟକୁ ଯଥା ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ- ପୁରୀରେ ପାଣ୍ଡିଆନ୍: ବିଜେଡିରେ ସାମିଲ ପୂର୍ବରୁ ଜଗା ଦର୍ଶନ, ପରିକ୍ରମା ପ୍ରକଳ୍ପର ସମୀକ୍ଷା

ଏହି ଅବସରରେ ମଠଗୁଡିକର ପୁନରୁଦ୍ଧାର କାର୍ଯ୍ୟ ସେ ସମୀକ୍ଷା କରିବା ସହ ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ସାରିବାକୁ ପ୍ରଶାସନକୁ କହିଥିଲେ । ଉତ୍କଳୀୟ କଳା, ସଂସ୍କୃତି ଓ ଐତିହ ଛାପରେ ଝଲସିବ ଶ୍ରୀମନ୍ଦିର ଚାରି ପାଖରେ ଥିବା ସବୁ ମଠ ଓ ମନ୍ଦିର। ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର କଳା, ସ୍ଥାପତ୍ୟକୁ ବି ସ୍ଥାନ ଦିଆଯିବ। ଶ୍ରୀମନ୍ଦିର ଚାରିପାଖରେ ଥିବା ୨୦ଟି ମଠର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଚାରି ପାଖରେ ଥିବା ମଠଗୁଡିକ ଏବେ ନୂଆ ରୂପ ନେବାରେ ଲାଗିଛି । ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସବୁ ମଠ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଶେଷ ପାଇଁ ଜୋରସୋରରେ କାର୍ଯ୍ୟ ଚାଲିଛି ।

ପୁରୁଣା ପ୍ଲାଷ୍ଟର ଛଡାଯାଇ ନୂଆ ଲାଇଟ୍ ପଥରର କାର୍ଯ୍ୟ ଚାଲିଛି । ତେବେ ମଠ ମନ୍ଦିରର ଉନ୍ନତି ପାଇଁ ସରକାର ୩୩୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଓଡ଼ିଶା ସେତୁ ନିର୍ମାଣ ନିଗମ ଏହି କାର୍ଯ୍ୟ କରୁଛି । ଟାଟା ପ୍ରୋଜେକ୍ଟ ଏହାର ଡିଜାଇନ ପ୍ରସ୍ତୁତ କରିଛି । ମଠ, ମନ୍ଦିରର ଦୁର୍ବଳ କାନ୍ଥ, ଭିତ୍ତିଭୂମିକୁ ଭଙ୍ଗାଯାଇ ନୂତନ ଭାବରେ ନିର୍ମାଣ କରାଯାଉଛି । ମଠଗୁଡିକ କାର୍ଯ୍ୟ ଶେଷ ପରେ ଭକ୍ତମାନେ ନୂଆ ଅନୁଭୂତି ପାଇବେ । ତେବେ ବରିଷ୍ଠ ନାଗରିକଙ୍କ ବସିବା ପାଇଁ ଏକ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କୋଠରୀ ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆକର୍ଷଣୀୟ କରିବା ପାଇଁ ଲାଇଟ୍ ଲଗାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଟାର୍ଗେଟ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.