ପୁରୀ: କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳିଙ୍କ ଚିକିତ୍ସା ପାଇଁ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ପ୍ରତ୍ୟେକ ଦିନ ସକାଳୁ ଉଠି ଗାଧୋଇ ବ୍ରତ ପାଳନ କରୁଥିବାରୁ ସେମାନଙ୍କ ଠାରେ ଥଣ୍ଡା, କାଶ ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏହା ସହ ଅଧିକାଂଶ ହବିଷ୍ୟାଳିଙ୍କ ବ୍ଲଡ ପ୍ରେସର୍, ସୁଗାର, ମଧୁମେୟ ସମସ୍ୟା ଥିବାରୁ ସେମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।
ପୁରୀରେ ରାଜ୍ୟ ସରକାରଙ୍କ ଦ୍ଵାରା ଥିବା ହବିଷ୍ୟାଳି ଶିବିରରେ ୩ ହଜାର ହବିଷ୍ୟାଳି ରହୁଛନ୍ତି । ତେବେ ହବିଷ୍ୟାଳିମାନେ ବୟସ୍କ ହେତୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ଏପର୍ଯ୍ୟନ୍ତ ୨୨ ଜଣ ହବିଷ୍ୟାଳିଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅଧିକାଂଶ ହବିଷ୍ୟାଳିଙ୍କ ବ୍ଲଡ ପ୍ରେସର୍, ସୁଗାର, ମଧୁମେୟ ସମସ୍ୟା ଥିବାରୁ ସେମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।
ତେବେ ହବିଷ୍ୟାଳି ସକାଳୁ ଉଠି ଗାଧୋଇ ବ୍ରତ ପାଳନ କରୁଥିବା ହେତୁ ସେମାନଙ୍କ ଠାରେ ଥଣ୍ଡା, କାଶ ଆଦି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି । ସେମାନଙ୍କୁ ଚିକିତ୍ସା କରାଯାଉଛି । ଚିକିତ୍ସା ପାଇଁ ଡାକ୍ତରଙ୍କ ସମେତ ଆଶା କର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି । ତେବେ ଅଳ୍ପ କିଛି ହବିଷ୍ୟାଳି ନିଜର ବ୍ୟକ୍ତିଗତ ସମସ୍ୟା ଯୋଗୁଁ ହବିଷ୍ୟାଳି ଶିବିର ଛାଡିଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ଅବନୀ ରଂଜନ ପାତ୍ର ।
ଇଟିଭି ଭାରତ, ପୁରୀ