ETV Bharat / state

ପୁରୀ ପୋଲିସର ପ୍ରୟାସ, ଅଭିଯୋଗ ଶୁଣିବା ପାଇଁ 24 ଘଣ୍ଟିଆ କଲ୍ ସେଣ୍ଟର ବ୍ୟବସ୍ଥା

ଏଣିକି ଘରେ ବସି ଥାନାରେ ସୁବିଧାର ଅଭିଯୋଗ କରିପାରିବେ ପୁରୀବାସୀ । ଅଭିଯୋଗ ଶୁଣାଣି ପାଇଁ 24 ଘଣ୍ଟିଆ କଲ ସେଣ୍ଟର ବ୍ୟବସ୍ଥା ଆରମ୍ଭ କରିଛି ପୁରୀ ପୋଲିସ । ଅଧିକ ପଢନ୍ତୁ...

ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ 24 ଘଣ୍ଟିଆ କଲ ସେଣ୍ଟର ବ୍ୟବସ୍ଥା

author img

By

Published : Dec 6, 2020, 7:47 PM IST

ପୁରୀ: ଲୋକଙ୍କ ନିକଟତର ହେବାକୁ ଆଗକୁ ବାହାରିଛି ପୋଲିସ । ଲୋକଙ୍କ ଅଭିଯୋଗର ଶୁଣାଣି ପାଇଁ 24 ଘଣ୍ଟିଆ କଲ ସେଣ୍ଟର ବ୍ୟବସ୍ଥା କରିଛି ପୁରୀ ପୋଲିସ ।

ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ 24 ଘଣ୍ଟିଆ କଲ ସେଣ୍ଟର ବ୍ୟବସ୍ଥା
ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ 24 ଘଣ୍ଟିଆ କଲ ସେଣ୍ଟର ବ୍ୟବସ୍ଥା

ଏଣିକି ଘରେ ଥାଇ ଲୋକେ ପୋଲିସ ନିକଟରେ ନିଜର ଅଭିଯୋଗ କରିପାରିବେ । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ପାଞ୍ଚଟି କଲ ସେଣ୍ଟର ସ୍ଥାପନ କରାଯାଇଛି । ଫୋନ ଜରିଆରେ ନିଜର ଅଭିଯୋଗ ଦାୟର କରିପାରିବେ ଲୋକେ । ଏଥିପାଇଁ 7653891930ଟି ସ୍ଥିର କରାଯାଇଛି । ଉକ୍ତ ନମ୍ବରରେ ହ୍ବାଟ୍ସଅପ ଅଥବା କଲ କରି ଅଭିଯୋଗ କରିବାର ସୁବିଧା ରହିଛି ।

ଅଭିଯୋଗ ପରେ ପୁରୀ ଏସପିଙ୍କ ପକ୍ଷରୁ 24 ଘଣ୍ଟା ଭିତରେ ଅଭିଯୋଗକାରୀଙ୍କ ସହ ଯୋଗାଯୋଗ ହୋଇ ତଦନ୍ତ ହେବ । ସେପଟେ ଏସପିଙ୍କ ଅଫିସରେ ମଧ୍ୟ ଖୋଲା ଯାଇଛି ଅଭିଯୋଗ ପ୍ରକୋଷ୍ଠ । ରିସେପସନ ସେଣ୍ଟରରେ ଜଣେ ମହିଳା ପୋଲିସ ଅଧିକାରୀ ସକାଳ 10 ଟା ରୁ ସନ୍ଧ୍ୟା 6 ଟା ଯାଏ ଅଭିଯୋଗ ଗ୍ରହଣ କରିବେ। ଛୁଟି ଦିନ ମାନଙ୍କରେ ମଧ୍ୟ ପ୍ରକୋଷ୍ଠ ଚାଲିବ। ସମସ୍ତ ଅଭିଯୋଗକୁ ପୁରୀ ଏସପି ଓ ଅତିରିକ୍ତ ଏସପି ସିଧାସଳଖ ଅନୁଧ୍ୟାନ କରିବେ। ଏହି ଗ୍ରୀଭେନ୍ସ ସେଲରେ ରହିଛନ୍ତି ତିନି ଜଣ ନୋଡାଲ ଅଫିସର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.