ETV Bharat / state

ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିରରୁ 23 ଜଣ କୋରୋନାରେ ସଂକ୍ରମିତ

author img

By

Published : Apr 13, 2021, 6:18 PM IST

ପୁରୀରେ ଧୀରେ ଧୀରେ କୋଭିଡ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଶ୍ରୀମନ୍ଦିରରୁ ସପ୍ତାହକ ମଧ୍ୟରେ 23 ଆକ୍ରାନ୍ତ ଚିହ୍ନଟ ଚିନ୍ତାର କାରଣ ପାଲଟିଛନ୍ତି । ଅଧିକ ପଢନ୍ତୁ...

ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିରରୁ 23 ଜଣ କୋରୋନାରେ ସଂକ୍ରମିତ
ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିରରୁ 23 ଜଣ କୋରୋନାରେ ସଂକ୍ରମିତ

ପୁରୀ: ସହରରେ କୋରୋନା ଏବେ କାୟା ବିସ୍ତାର କରୁଥିବାବେଳେ ପରିସ୍ଥିତି ବିଗିଡିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 53 ଜଣ କୋଭିଡ ପଜେଟିଭ ବାହାରିଛନ୍ତି । ତେବେ ସବୁଠୁ ଉଦବେଗର ବିଷୟ ହେଉଛି ଯେ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀମାନେ ଧିରେ ଧିରେ କୋଭିଡରେ ସଂକ୍ରମିତ ହେଉଛନ୍ତି । ଏହିପରିପ୍ରେକ୍ଷୀରେ ଗତ ସପ୍ତାହ ମଧ୍ୟରେ ଶ୍ରୀମନ୍ଦିରରୁ 23 ଜଣ ସେବାୟତ ଓ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ପାଲଟିଛି ।

ସୂଚନା ଅନୁଯାୟୀ 7 ଜଣ ସେବାୟତ, 3 ଜଣ ସେବାୟତ ପରିବାର ଏବଂ 13 ଜଣ ଶ୍ରୀମନ୍ଦିରର ବିଭିନ୍ନ ବର୍ଗର କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଜୋତା ଷ୍ଟାଣ୍ଡର 8 ଜଣ କର୍ମଚାରୀ ଏବେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ସିଧାସଳଖ ଭକ୍ତଙ୍କ ସଂସ୍ପର୍ଶରେ ଆସୁଥିବା କାରଣରୁ କୋରୋନା ସଂକ୍ରମିତ ହୋଇଛନ୍ତି । ତେବେ ଏଭଳି ଭାବେ ସେବାୟତମାନେ କୋରୋନାରେ ଆକ୍ରାନ୍ତ ହେବା ଫଳରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ଉପୁଜିବା ଅଶଙ୍କା କରାଯାଉଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସେବାୟତଙ୍କୁ କୋଭିଡ ଟିକା ଦେଉଛନ୍ତି ।

ସେହିପରି ଘରକୁ ଘର ବୁଲି ସେବାୟତଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ କୋଭିଡ ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଟେଷ୍ଟ କରୁଛନ୍ତି । ତେବେ ଅଧିକ ସେବାୟତ କୋଭିଡରେ ଆକ୍ରାନ୍ତ ହେଲେ ସେମାନଙ୍କ ରହିବା ପାଇଁ ପୂର୍ବବର୍ଷ ଭଳି ହୋଟେଲ ନିଆଯାଇ କୋଭିଡ କେୟାର ସେଣ୍ଟରରେ ରଖାଯିବ । ବର୍ତ୍ତମାନ ହୋମ ଆଇସୋଲେସନରେ ରହିଛନ୍ତି ଆକ୍ରାନ୍ତ ସେବାୟତ । ସେପଟେ ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଡକ୍ରସ ରୋଡରେ ଥିବା idh ହସ୍ପିଟାଲରେ 100 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ 15ଟି ଆଇସିୟୁ ବେଡର ବ୍ୟବସ୍ଥା ହୋଇଛି । ସେହିପରି ବିଭିନ୍ନ ବ୍ଲକର କୋଭିଡ କେୟାର ସେଣ୍ଟରରେ 400 ଟି ବେଡ଼ ରହିଛି । କୋଭିଡ ଗାଇଡ଼ଲାଇନକୁ କଡାକଡି ନେଇ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି । 1600 ଅମାନିଆଙ୍କ ଠାରୁ ମାସ୍କ ନ ପିନ୍ଧିବା ଅଭିଯୋଗରେ ଫାଇନ ଆଦାୟ କରାଯାଇଛି । ତେବେ ଗୁଜୁରାଟରୁ ଜଣେ ନାବାଳିକା ପର୍ଯ୍ୟଟକ କୋଭିଡ ପଜେଟିଭ ଜଣାପଡିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ରଖାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.