ETV Bharat / state

ପୁରୀରେ ଲକଡାଉନ, 22ଟି ଦୋକାନ ସିଲ - puri admonistration initiate

୧୪ ଦିନିଆ ଲକଡାଉନକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ଭାବେ ପାଳନ କରାଯାଉଛି । କୋଭିଡ ଗାଇଡ଼ ଲାଇନ ଉଲଙ୍ଘନ ଅଭିଯୋଗରେ ଆଜି ପୋଲିସ ପକ୍ଷରୁ 22 ଟି ଦୋକାନ ସିଲ କରାଯାଇଛି । ଅଧିକ ପଢନ୍ତୁ...

ପୁରୀରେ ଲକଡାଉନ, 22ଟି ଦୋକାନ ସିଲ
ପୁରୀରେ ଲକଡାଉନ, 22ଟି ଦୋକାନ ସିଲ
author img

By

Published : May 6, 2021, 10:57 PM IST

ପୁରୀ: କରୋନାର ମୁକାବିଲା ପାଇଁ ସାରା ଓଡିଶାରେ ୧୪ ଦିନିଆ ଲକଡାଉନକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ଭାବେ ପାଳନ କରାଯାଉଛି । କୋଭିଡ ଗାଇଡ଼ ଲାଇନ ଉଲଙ୍ଘନ ଅଭିଯୋଗରେ ଆଜି ପୋଲିସ ପକ୍ଷରୁ 22 ଟି ଦୋକାନ ସିଲ କରାଯାଇଛି । ଏଥିସହିତ 4 ହଜାର ଟଙ୍କା ଫାଇନ କରାଯାଇଛି ।

ସେହିପରି ମାସ୍କ ପିନ୍ଧି ନଥିବା 317 ଜଣ ଅମାନିଆଙ୍କ ଠାରୁ 31 ହଜାର 700 ଟଙ୍କା ଫାଇନ ଆଦାୟ ହୋଇଛି । ଲକଡାଉନ ସମୟରେ ଗାଇଡ଼ ଲାଇନକୁ ଉଲଙ୍ଘନ ନକରିବା ପାଇଁ ପୁରୀ ଏସପି ଅନୁରୋଧ କରିଛନ୍ତି । ନିୟମ ଉଲଙ୍ଘନ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ସ୍ପଷ୍ଟ କରିଦେଇଛନ୍ତି ।

ପୁରୀରେ ଲକଡାଉନ, 22ଟି ଦୋକାନ ସିଲ

ସେପଟେ ଜିଲ୍ଲାରେ କୋଭିଡ ଟୀକାକରଣକୁ ଜୋରଦାର କରାଯାଇଛି । ଟିକା ଅଭାବ ଥିବାରୁ ଅଧିକ ସଂକ୍ରମଣ ଆଶଙ୍କା ଥିବା ଅଞ୍ଚଳରେ କୋଭିଡ ଟୀକାକରଣ କରାଯାଉଛି । ଅନ୍ୟପଟେ ଲକଡାଉନରେ କେତେକ ଅସାଧୁ ବ୍ୟବସାୟୀ ଫାଇଦା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ାଇଥିବାରୁ ଏହାକୁ ଯାଞ୍ଚ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବଜାରରେ ଆଳୁର ଅଭାବ ସାଙ୍ଗକୁ ଦରବୃଦ୍ଧି ଘଟିଥିବାରୁ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଉଛି । ଏଣିକି ପ୍ରତ୍ୟେକ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଗୁଡ଼ିକରେ ଦୋକାନୀମାନେ ତାଲିକା ଦର ମାରିବେ । ପରିବା ବ୍ୟବସାୟୀ ପୁରୀ ସହରର ବିଭିନ୍ନ ସାହି, ଗଳିକନ୍ଦି ବୁଲି ପରିବା ଯୋଗାଇବେ । ପୋଲିସ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ୨୨ ହଜାର ଲୋକଙ୍କୁ ମାସ୍କ ପାଇଁ ଫାଇନ କରିଥିବାବେଳେ ୧୫୦ରୁ ଅଧିକ ଦୋକାନକୁ ସିଲ କରିଛି । ଲକଡାଉନରେ ପୁରୀ ସହରବାସୀ ସହଯୋଗ କରୁଛନ୍ତି । ଆସନ୍ତା ୧୯ ପର୍ଯ୍ୟନ୍ତ ସହରବାସୀ ସହଯୋଗ କରିବାକୁ ଅପିଲ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.