ETV Bharat / state

କୁମ୍ଭାରପଡ଼ା ହତ୍ୟାକାଣ୍ଡ ଓ ପ୍ରାଣାନ୍ତକ ଆକ୍ରମଣ ଘଟଣା: 2 ଅଭିଯୁକ୍ତ ଗିରଫ

author img

By

Published : Aug 10, 2023, 9:14 PM IST

ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହକୁ ନେଇ ବର୍ବରକାଣ୍ଡ । ପୁତୁରାକୁ ହତ୍ୟା କରିବା ସହ ପତ୍ନୀ ସମେତ 4 ଜଣଙ୍କୁ ମରଣାନ୍ତକ ଆକ୍ରମଣ । ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହକୁ ନେଇ ବର୍ବରକାଣ୍ଡ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଉପର ମାଳିସାହିରେ ଜଣେ ନାବାଳକକୁ ହତ୍ୟା ଓ 4 ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ 2 ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ନୃସିଂହ ମହାନ୍ତି ଓ ତାଙ୍କ ବଡ଼ ଭାଇ କାଶୀନାଥ ମହାନ୍ତି । ନୃସିଂହ ମହାନ୍ତି ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟଣାରେ ସହଯୋଗ କରିଥିବାରୁ ଅଭିଯୁକ୍ତର ବଡ଼ ଭାଇ କାଶୀନାଥ ମହାନ୍ତିକୁ ପୋଲିସ୍ ଗିରଫ କରିଛି । ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ହତ୍ୟାକାଣ୍ଡ ଘଟଣାର ପଛରେ ଥିବା କାରଣକୁ ସାମ୍ନାକୁ ଆଣିଛନ୍ତି ପୁରୀ ସିଟି ଡିଏସ୍‌ପି ।

ପୁରୀ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି, "ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହକୁ ନେଇ ହତ୍ୟାକାଣ୍ଡ ଘଟାଇଛି ଅଭିଯୁକ୍ତ । ଅଭିଯୁକ୍ତ ନୃସିଂହ ମହାନ୍ତି ନିଜ ଶ୍ବଶୁର ଘରକୁ ଯାଇ ସେଠାରେ ଉପସ୍ଥିତ ଥିବା ତାଙ୍କ ପତ୍ନି, ଦେଢ଼ ଶାଶୁ, ସଢ଼ୁ ଓ ପୁତୁରାକୁ ଏକ ଛୁରୀରେ ଆକ୍ରମଣ କରିଥଲେ । ଏହି ଅକ୍ରମଣରେ ନାବାଳକ ସୌମ୍ୟ ପ୍ରଧାନଙ୍କ ମୃତ୍ୟୁ ହୋଇଥଲା । ଛୁରୀରେ ତାଙ୍କ ବେକକୁ ଅଭିଯୁକ୍ତ ନୃସଂଶ ଭାବରେ ଆକ୍ରମଣ କରିଥିବାରୁ ନାବାଳକ ସୌମ୍ୟର ମୃତ୍ୟୁ ହୋଇଥିଲା । ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡ ଓ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀ, ଲୁହାରଡ୍‌ ଓ ଏକ ହାମର ଜବତ କରିଛି ପୋଲିସ୍ ।"

ଏହା ବି ପଢ଼ନ୍ତୁ: ଜ୍ବାଇଁ ଆକ୍ରମଣରେ ଶଶୁର ଘର ପରିବାର ଜଣେ ମୃତ, 4 ଆହତ

ପୋଲିସର ସୁଚନା ଅନୁଯାୟୀ, ଗତ 2010ରେ ଅଭିଯୁକ୍ତ ନୃସିଂହ ମହାନ୍ତି ଓ ତାଙ୍କ ପତ୍ନୀ ନନ୍ଦିନୀ ପ୍ରେମ ବିବାହ କରିଥଲେ । ହେଲେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ମନାନ୍ତର ଘଟିଥିଲା । ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ଘଟୁଥିଲା । ପତ୍ନୀଙ୍କୁ ନିର୍ଯାତନାକୁ ନେଇ ଅଭିଯୁକ୍ତ ନୃସିଂହ ବିରୋଧରେ ଦୁଇଟି ପୁର୍ବରୁ ମାମଲା ରହିଛି । 9 ଅଗଷ୍ଟରେ(ବୁଧବାର) ପତ୍ନି ନନ୍ଦିନୀ ତାଙ୍କ ବାପ ଘରେ ଥିବା ବେଳେ ଅଭିଯୁକ୍ତ ତଥା ନନ୍ଦିନୀଙ୍କ ସ୍ବାମୀ ନୃସିଂହ ଶଶୁର ଘରକୁ ଆସି ଗାଳି ଗୁଲଜ କରିଥିଲା । ସେଠାରେ ଗଣ୍ଡଗୋଳ ସମାଧାନ ପାଇଁ ଆସିଥିବା ନନ୍ଦିନୀଙ୍କ ବଡ଼ ଭଉଣୀ, ଭିଣୋଇ ଓ ପୁତୁରାଙ୍କୁ ରାଗି ଯାଇ ଛୁରୀରେ ନୃସିଂହ ଆକ୍ରମଣ କରିଥିଲା । ଫଳରେ ପତ୍ନୀ ନନ୍ଦିନୀଙ୍କ ସମେତ ତାଙ୍କ ଭଉଣୀ, ଭିଣୋଇ ଓ ପୁତୁରା ଛୁରା ମାଡରେ ଗୁରୁତର ହୋଇଥିଲେ । ପରେ ଗୁରୁତର ଥିବା ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.