ପୁରୀ: ବ୍ରାଉନସୁଗାର କାରବାର ବନ୍ଦ ପାଇଁ ତତ୍ପର ପୁରୀ ଅବକାରୀ ବିଭାଗ । ଜିଲ୍ଲାରେ ଚାଲିଥିବା ଏହି ବେଆଇନ କାରବାରକୁ ରୋକିବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ ପରେ ଫର୍ମରେ ରହିଛି ବିଭାଗ । ଏହି କ୍ରମରେ ବୁଧବାର ପୁରୀ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ରହ୍ମଗିରି ଥାନା ଅନ୍ତର୍ଗତ ବିଜିପୁର ଗ୍ରାମରେ ଚଢଉ କରାଯାଇଛି ।
ଚଢାଉ ପରେ ବ୍ରାଉନସୁଗାର ବେପାର ଅଭିଯୋଗରେ ରଞ୍ଜନ ଦାସକୁ ଗିରଫ କରାଯାଇଛି । ଅଭିଯୁକ୍ତ ପାଖରୁ 15 ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ପୁରୀ ଜିଲ୍ଲାରେ ବ୍ରାଉନସୁଗାର ବେପାର ବଢି ଚାଲିଥିବା ବେଳେ ଏ ନେଇ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ