ETV Bharat / state

ମୌସୁମୀର ପ୍ରଥମ ବର୍ଷାରେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି

author img

By

Published : Jun 12, 2021, 9:30 PM IST

ନୂଆପଡା ଜିଲ୍ଲା ଟିମନପୁର ଗ୍ରାମପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ହରିଜନ ପଡା ମୌସୁମୀର ପ୍ରଥମ ବର୍ଷାରେ ବେହାଲ ହୋଇଛି । ଅଧିକ ପଢ଼ନ୍ତୁ...

water logged in gobindpur village, village of nuapada, monsoon rain, ମୌସୁମୀର ପ୍ରଥମ ବର୍ଷା, ଗାଁ ରାସ୍ତରେ ଆଣ୍ଠୁଏ ପାଣି, ଗ୍ରାମପଞ୍ଚାୟତ ଗୋବିନ୍ଦପୁର ଗ୍ରାମ
ମୌସୁମୀର ପ୍ରଥମ ବର୍ଷାରେ ଗାଁ ରାସ୍ତରେ ଆଣ୍ଠୁଏ ପାଣି

ନୂଆପଡ଼ା: ଚଳିତ ବର୍ଷ ମୌସୁମୀ ବର୍ଷା ଆଗମନ କରିସାରିଥିବା ବେଳେ ବର୍ଷାରେ ଗାଁ ଗଣ୍ଡା ଗଳି ରାସ୍ତା ବେହାଲ ହୋଇପଡି଼ଛି। ଗଳି ରାସ୍ତା ଗୁଡି଼କରେ ଆଣ୍ଠୁଏ ପାଣି ଜମାଟ ବାନ୍ଧିଥିବା ବେଳେ ପାଣି ନିଷ୍କାସନ ହୋଇପାରୁ ନାହିଁ । ଫଳରେ ପିଲା ଠାରୁ ବୁଢ଼ା ସମସ୍ତେ ଜମିଥିବା ଦୂଷିତ ମଇଳା ପାଣିରେ ଯାତାୟତ କରୁଥିବା ଦେଖାଦେଇଛି।

ସୂଚନାମତେ ନୂଆପଡା ଜିଲ୍ଲା ଟିମନପୁର ଗ୍ରାମପଞ୍ଚାୟତ ଗୋବିନ୍ଦପୁର ଗ୍ରାମ ହରିଜନ ପଡା ମୌସୁମୀର ପ୍ରଥମ ବର୍ଷାରେ ବେହାଲ ହୋଇଛି । ସ୍ବଳ୍ପ ବର୍ଷା ହେଲେ ହରିଜନ ପଡା ଗଳି ରାସ୍ତା ଗୁଡି଼କରେ ଆଣ୍ଠୁଏ ପାଣି ଜମାଟ ବାନ୍ଧିରହୁଛି। ଗଳି ରାସ୍ତା ଖାଲ ଖମା ଥିବା କାରଣରୁ ବର୍ଷା ପାଣି କୁଆଡେ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଜମା ହୋଇ ରହୁଛି।

ସେହି ମଇଳା ପାଣି ଦେଇ ବୃଦ୍ଧ, ବୃଦ୍ଧା, ମହିଳା, ପୁରୁଷ, ଛୋଟ ଛୋଟ ଶିଶୁ ଯାତାୟତ କରୁଥିବାବେଳେ, ବିଭିନ୍ନ ସଂକ୍ରମିତ ରୋଗ ବ୍ୟାପିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଖବର ପାଇ ଶନିବାର ଆମ ନୂଆପଡ଼ା ପ୍ରତିନିଧି ଟିମନପୁର ଗ୍ରାମ ପଞ୍ଚାୟତ PEO ସସ୍ମିତା ବେହେରା, GRS ରୂପେଶ ମେହେର , ସରପଞ୍ଚ ପ୍ରତିନିଧି କେଦାର ବନଛୋରଙ୍କ ସହ ଗୋବିନ୍ଦପୁର ଗ୍ରାମ ହରିଜନ ପଡାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଘଟଣା ସ୍ଥଳରେ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ପଡାବାସୀ ଦାବି କରିଥିବାବେଳେ, ଟିମନପୁର ସରପଞ୍ଚଙ୍କ ଜରିଆରେ ସିନାପାଲି BDO ଙ୍କୁ ଅବଗତ କରିବା ପରେ ପଦକ୍ଷେପ ନେବେ ବୋଲି PEO ସସ୍ମିତା ବେହେରା ପ୍ରକାଶ କରିଛନ୍ତି।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.