ETV Bharat / state

ପାହାଡିଆ ଗାଁର ପାଣି ସମସ୍ୟା, ପ୍ରଶାସନ ସାଜିଛି ନିଦାବିଷ୍ଣୁ - stone

ମାଟି ଖୋଳିଲେ ଖାଲି ପଥର। ପାଣି ନାଁରେ ମିଳେ କେବଳ ବାଲି, ଗୋଡି। ଆଉ ଏପରି ସ୍ଥିତିରେ ପିଇବା ପାଇଁ ଯିବାକୁ ପଡେ 2 କିଲୋମିଟର ଦୂର ନଦୀ ଚୁଆକୁ। ଏଭଳି ଅବସ୍ଥାରେ ଅନେକ ବର୍ଷ ଧରି ଦିନ କାଟୁଛନ୍ତି ନୂଆପଡା ଜିଲ୍ଲାର ଖଡିଆଳ ବ୍ଲକର ଖଇରଭାଡି ଗ୍ରମାବାସୀ । ଅପେକ୍ଷା କେବ ସରପଞ୍ଚ ଶୁଣୁଛନ୍ତି କଥା।

ଫଟୋ ସୌଜନ୍ୟ- ପ୍ରତିନିଧି , ନୂଆପଡା
author img

By

Published : Jun 1, 2019, 5:50 PM IST

ନୂଆପଡା : ମାଠିଏ ପାଣି ପାଇଁ ଏଠାରେ ନିତି ଲାଗେ ଲମ୍ବା ଲାଇନ । ବିଲ ହୁଡା ଦେଇ ଗାଁର ଶହ ଶହ ମହିଳା ଯାଆନ୍ତି 2 କିଲୋମିଟର ଦୂରରେ ରହିଥିବା ନଦୀ ଚୁଆକୁ । ଆଉ ଏଠାରୁ ଯାହା ମିଳେ ତାକୁ ପିଇଲେ ଡାକ୍ତରଖାନା ଯିବା ନିଶ୍ଚିତ । ଏପରି ଦଶା ଭୋଗୁଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ଖଇରଭାଡି ଗ୍ରମାବାସୀ ।

ପଥର ଉପରେ ଠିଆ ରହିଛି ଏହି ଗାଁ । ମାଟି ଖୋଲିଲେ ଖାଲି ମାଙ୍କଡା ପଥର । ପାଣି ନାଁରେ ଯେଉଁ କୂଅ ଆଉ ନଳକୂଅଟିଏ ଅଛି ସେ ବି ଶୁଖି ଆଁ କରିଛି । ଆଉ ରାସ୍ତାର ସ୍ଥିତି ଏପରି ଯେ ପାଦ ଥୋଇବାକୁ ଡର ମାଡୁଛି । କାଖରେ ପାଣି ଗରା, ହାତରେ ବାଲଟି ଧରି ବିଲ ହୁଡା ଦେଇ ପାଣି ଆଣୁଛନ୍ତି ଗାଁର ମହିଳା । ଆଉ ଏହି ମରଣଯନ୍ତା ରାସ୍ତାରେ ଦେଇ ଗଲାବେଳେ କାହିଁ କେତେ ଜଣ ଦୁର୍ଘଟଣାର ମଧ୍ୟ ଶୀକାର ହୋଇଥାନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି , ନୂଆପଡା

ବର୍ଷେ କି 2 ବର୍ଷ ନୁହେଁ ଅନେକ ବର୍ଷ ଧରି ପାଣି ପାଇଁ ଡହଳବିକଳ ଏଠାକାର ଲୋକେ । କେବଳ ପାଣି ନୁହେଁ ବିଜୁଳି,ପାଣି,ଶିକ୍ଷା,ସ୍ୱାସ୍ଥ୍ୟ ଆଦି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଏଠାରେ ବସକରୁଥିବା 900ରୁ ଉର୍ଦ୍ଧ୍ବ ଗ୍ରାମବାସୀ । ସରପଞ୍ଚଙ୍କ ଠାରୁ ସରକାର ସବୁଠି ଅଭିଯୋଗ କଲେ ବି ଫଳ ଶୂନ।

ଗ୍ରୀଷ୍ମ ଆସିଲେ ମନେପଡେ ଜଳକଷ୍ଟ । ଆଉ କଷ୍ଟ ଦେଖିଲେ ନଜରକୁ ଆସେ ସମସ୍ୟା । ଏପରି ସ୍ଥିତିରେ ପ୍ରତିଶ୍ରୁତିବଦ୍ଧ ଗାଁ ସରପଞ୍ଚ ଓ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

fsds

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.