ନୂଆପଡା: ଗୁରୁବାର ଦିନିକିଆ ଜିଲ୍ଲା ଗସ୍ତରେ ଆସିଛନ୍ତି 5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ । ଏହି ଅବସରରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ବିଭିନ୍ନ ୱାଡ଼ ପରିଦର୍ଶନ କରିଛନ୍ତି ।
ଏହା ପରେ 5T ସଚିବ ନୂଆପଡ ଜିଲ୍ଲାପାଳ ମଧୁସ୍ମିତା ସାହୁ , ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଭୁବନେଶ୍ବର ମିଶ୍ରଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି । ସେଠାରେ ନବନିର୍ମିତ 6 ମହଲା କୋଠା ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ଆରମ୍ଭ କରିବା ସହ ସ୍ବଚ୍ଛତା, ଉତ୍ତମ ରୋଗୀ ସେବା ଯୋଗାଇଦେବା ଏବଂ ସ୍ବାସ୍ଥ୍ୟକେନ୍ଦ୍ରକୁ ଦଲାଲ ମୁକ୍ତ କରିବା ପାଇଁ ଅଧିକାରୀଙ୍କୁ ତାଗିଦ କରିଛନ୍ତି ସଚିବ ।
ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ବେଶ ସଜାଗଥିବା ଜଣାପଡିଛି । ଗସ୍ତର ଆଭିମୁଖ୍ୟ ଜାଣିବାପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ 5T ସଚିବଙ୍କୁ ପ୍ରଶ୍ନ କରିଥିଲେ । ହେଲେ ଗଣମାଧ୍ୟମକୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନଥିଲେ ସେ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ