ETV Bharat / state

ନୂଆପଡାର ଧାନ ମଣ୍ଡି ସ୍ଥିତି ପରଖିଲା ‘ଇଟିଭି ଭାରତ’

ସୋମବାର ନୂଆପଡା ଜିଲ୍ଲାର ଧାନମଣ୍ଡି ସ୍ଥିତି ପରଖିବା ପାଇଁ ଖଡ଼ିଆଳ ବ୍ଲକ ଆଦିବାସୀ ବହୁଳ ଖାସବାହାଲ ଧାନମଣ୍ଡିରେ ପହଞ୍ଚିଲା ଇଟିଭି ଭାରତ ଟିମ ।

author img

By

Published : Feb 1, 2021, 10:52 PM IST

ଧାନ ମଣ୍ଡି ସ୍ଥିତି ପରଖିଲା ଇଟିଭି ଭାରତ
ଧାନ ମଣ୍ଡି ସ୍ଥିତି ପରଖିଲା ଇଟିଭି ଭାରତ

ନୂଆପଡା: ବିଭିନ୍ନ ଧାନ ମଣ୍ଡିରେ ଚାଷୀ ସମସ୍ୟା ଲାଗି ରହିଥିବାବେଳେ, ସୋମବାର ନୂଆପଡା ଜିଲ୍ଲାର ଧାନମଣ୍ଡି ସ୍ଥିତି ପରଖିବା ପାଇଁ ଖଡ଼ିଆଳ ବ୍ଲକ ଆଦିବାସୀ ବହୁଳ ଖାସବାହାଲ ଧାନମଣ୍ଡିରେ ପହଞ୍ଚିଲା ଇଟିଭି ଭାରତ ଟିମ ।

ସେଠାରେ ପହଞ୍ଚିବା ବେଳକୁ ପାଖାପାଖି 23 ଜଣ ଚାଷୀଙ୍କ 4 ହଜାରରୁ ଉର୍ଦ୍ଧ୍ବ ଧାନବସ୍ତା ଖୋଲା ଆକାଶ ତଳେ ପଡି ରହିଥିବା ଦେଖିବାକୁ ମିଳିଛି । ଚାଷୀଙ୍କ ଅଭିଯୋଗ, ଡିସେମ୍ବର ମାସରେ ଧାନ ଉଠି ନଥିବାବେଳେ, ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଗଲାଣି ।

ଧାନ ମଣ୍ଡି ସ୍ଥିତି ପରଖିଲା ଇଟିଭି ଭାରତ

ଯାହାକୁ ନେଇ ଅନ୍ନଦାତା ଉଦବେଗ ପ୍ରକାଶ କରିଥିବାବେଳେ, ଚାଷୀଋଣ ପରିଶୋଧ ନେଇ ଚିନ୍ତିତ । ଧାନ ବିକ୍ରି କରି ନପାରି ଝିଅ, ପୁଅ ବାହାଘର ଭାଙ୍ଗି ଯାଇଥିବା ଦୁଃଖର ସହ ପ୍ରକାଶ କଟିଛନ୍ତି । ସରକାର ମଣ୍ଡିରୁ ଧାନ ଉଠାଇବା ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ, ନଚେତ ରାଜରାସ୍ତା ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସମୂହ ଚାଷୀ ଚେତାବନୀ ଦେଇଛନ୍ତି ।

ଅପରପକ୍ଷରେ ସରକାର ଟାର୍ଗେଟ ଦେଉନାହାନ୍ତି, ଯାହାଫଳରେ ଏଭଳି ସମସ୍ୟା ଦେଖାଦେଇଛି ବୋଲି ଧାନ କ୍ରୟ ସଂସ୍ଥା ମା ମଙ୍ଗଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.