ନୂଆପଡା: ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଛୁଇଁ ଥିବାବେଳେ ରାଜ୍ୟର କିଛି ସ୍ଥାନକୁ ସଟଡାଉନ ଘୋଷଣା କରାଯାଇଛି । ଏହାଦ୍ବାରା ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଲ କରାଯାଇଛି । କୋରୋନାକୁ ରୋକିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେବା ପରେ ଲକଡାଉନ କଟକଣାକୁ ଆହୁରି କୋଠର କରାଯାଇଛି । ଆଉ ଏହି କାରଣରୁ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର କିଛି ଦାନନ ଶ୍ରମିକ ମଧ୍ୟ ନିଜ ରାଜ୍ୟକୁ ଆସି ନପାରି ଛତିଶଗଡରେ ଫସି ରହିଛନ୍ତି ।
କାମଧନ୍ଦା ଅନ୍ବେଷଣରେ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର 6 ଗୋଟି ପରିବାରର ପାଖାପାଖି 26 ଜଣ ଦାଦନ ଶ୍ରମିକ ଛତିଶଗଡରେ ଫସି ରହିଥିବା ସୂଚନା ମିଳିଛି । ଲକଡାଉନ କାରଣରୁ କାମଧନ୍ଦା ବନ୍ଦ ଥିବାବେଳେ,ଶ୍ରମିକ ମାନଙ୍କ ପାଖରେ ଖାଇବାକୁ କିଛି ବି ନାହିଁ।
ସ୍ଥାନୀୟ ଲୋକଙ୍କ ସହାୟତାରେ କିଛିଦିନ ଚଳିବା ପରେ ଏବେ ଶ୍ରମିକମାନଙ୍କୁ ଖାଇବାକୁ କିଛି ମିଳୁନାହିଁ । ତେଣୁ ଶ୍ରମିକ ମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ନବୀନ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରମିକମାନେ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ