ନୂଆପଡା: ସ୍ବଚ୍ଛତାର ନାରା ଦେଉଛନ୍ତି ସରକାର । ହେଲେ ରାଜ୍ୟର ଅନେକ ଅଞ୍ଚଳରେ ପରିମଳ ବ୍ୟବସ୍ଥା ଭୁଶୁଡି ପଡିଥିବା ବେଳେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ସଦର ସ୍ଥିତ ୱାର୍ଡ ନମ୍ୱର 6 ସୂର୍ଯ୍ୟନଗର କେନାଲ ରାସ୍ତାରେ । ଦେଶବ୍ୟାପୀ ମହାମାରୀ କୋଭିଡ ନିୟମକୁ ପାଳନ କରି ସହର ଠାରୁ ଗାଁ ଗଣ୍ଡା ସାହିପଡିଶାକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ସରକାର କରିଛନ୍ତି କଡାକଡି ନିୟମ । ହେଲେ ସୂର୍ଯ୍ୟନଗର କେନାଲ ରାସ୍ତାରେ ଏହି ନିୟମ ଖୁଲୁମ ଖୁଲା ଉଲ୍ଲଘଂନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଜିଲ୍ଲାର ବଡ ବଡ଼ିଆ ଅଧିକାରୀ ସଦର ମହୁକମା ଠାରେ ବାସ କରୁଥିବାବେଳେ,ୱାର୍ଡ ନମ୍ବର 6 ସୂର୍ଯ୍ୟନଗର ପ୍ରତି କାହାରି ଦୃଷ୍ଟି ନାହିଁ । ଯାହାକି ଦୀପତଳ ଅନ୍ଧାର ସଦୃଶ୍ୟ ମନେହୁଏ ।
ସୂଚନାନୁଯାୟୀ, ୱାର୍ଡ ନମ୍ବର 6 ସୂର୍ଯ୍ୟନଗର କେନାଲ ରାସ୍ତା ଦୁଇପାର୍ଶରେ ଦୀର୍ଘ 10 ବର୍ଷ ହେବ ଅନେକ ଲୋକ ବସବାସ କରିଆସୁଛନ୍ତି । ସେମାନେ ରାସ୍ତାକଡରେ ବିଭିନ୍ନ ଅଳିଆ ସାମଗ୍ରୀ ରଖୁଥିବାରୁ ଯାତାୟତ ସମୟରେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏନେଇ ରବିବାର ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ, ପରେ ନୂଆପଡା ପୋଲିସ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ବୁଝାସୁଝା କରିଛନ୍ତି । ଅପରପକ୍ଷେ ସରକାର ଯାଯାବର ମାନଙ୍କୁ ତୁରନ୍ତ କୌଣସି ଖୋଲା ସ୍ଥାନରେ ଥଇଥାନ କରିବାପାଇଁ ସୂର୍ଯ୍ୟନଗରବାସୀ ଦାବି କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଈଟିଭି ଭାରତ