ନୂଆପଡା: ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ। ଏନେଇ ପୁର ପଲ୍ଲୀରେ ପଡୁଛି ଗହଳି ଚହଳି । ଏହି ଦିନରେ ସମସ୍ତେ ସମସ୍ତଙ୍କୁ ନୂଆଁଖାଇ ଜୁହାର ଭେଟି ଦେଇଥାନ୍ତି। ତେବେ ଆନନ୍ଦ ଉଲ୍ଲାସର ଏହି ପର୍ବକୁ ଆଜି ନୂଆପଡା ଜିଲ୍ଲାରେ ଧୁମଧାମ ସହକାରେ ପାଳିତ ହୋଇଯାଇଛି । ନୂଆଁଖାଇକୁ ନେଇ ପୁରପଲ୍ଲୀ ଉସବମୁଖର ହୋଇଉଠୁଛି । ଗାଁ ଠାରୁ ସହର ସବୁଆଡ ଘିଅ ଗୁଡର ବାସ୍ନାରେ ମହକି ଉଠୁଛି ।
ଏନେଇ ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳର ଇଷ୍ଟ୍ରଦେବୀ ମା ସମଲେଶ୍ଵରୀ ଗଡରକ୍ଷକ ମା ରକ୍ତାମ୍ବରୀଙ୍କ ଠାରେ ନୂଆଅର୍ଣ୍ଣ ଘିଅ ଗୁଡ ଚୂଡା ପଞ୍ଚାମୃତ ଲାଗିହେବା ପରେ ନବାନ୍ନ ଖାଇଛନ୍ତି ନୂଆପଡା ବାସୀ । ଏନେଇ ଗାଁ ଗଣ୍ଡାରେ ନୃତ୍ୟ ଗୀତର ମାହୋଲ , ହସଖୁସିରେ ନାଚିଯିବେ ଧଙ୍ଗଡା-ଧାଙ୍ଗିଡି। ନୂଆଁଖାଇ ଜୁହାରରେ ମଜ୍ଜିଯାଇଛନ୍ତି ପିଲା ଠାରୁ ବୁଢା।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ