ETV Bharat / state

ଦ୍ବିତୀୟ ବିବାହ କରିଥିଲେ ଯୁବତୀ, ହତ୍ୟା କରି ପୋତିଦେଲେ ଶାଶୂଘର

ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଥାନା ରିଷି ଗାଁରେ ବଧୂହତ୍ୟା ଅଭିଯୋଗ ହୋଇଛି । ଏହି ଘଟଣାରେ ମୃତକଙ୍କ ଶାଶୁଘର ପରିବାରକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଖଡ଼ିଆଳ ଥାନା ରିଷି ଗାଁରେ ବଧୂହତ୍ୟା ଅଭିଯୋଗ
ଖଡ଼ିଆଳ ଥାନା ରିଷି ଗାଁରେ ବଧୂହତ୍ୟା ଅଭିଯୋଗ
author img

By

Published : Sep 18, 2021, 5:33 PM IST

ନୂଆପଡ଼ା: ଖଡ଼ିଆଳ ଥାନା ଅନ୍ତର୍ଗତ ରିଷି ଗାଁରେ ବଧୂହତ୍ୟା ଅଭିଯୋଗ । ଏହି ଘଟଣାରେ ସ୍ବାମୀ, ଶ୍ବଶୁର ଏବଂ ଶାଶୁକୁ ଖଡ଼ିଆଳ ପୋଲିସ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଥାନା SDPO ସନ୍ତକ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଖଡ଼ିଆଳ ଥାନା ରିଷି ଗାଁରେ ବଧୂହତ୍ୟା ଅଭିଯୋଗ

ଗିରଫ ଅଭିଯୁକ୍ତ ହେଲେ ସ୍ବାମୀ ଚିତମନ ଦଳ, ଶ୍ବଶୁର ଦ୍ରୋଣ ଦଳ ଏବଂ ଶାଶୁ ପୁନେ ଦଳ ବୋଲି ଜଣାପଡିଛି । ସୂଚନା ଅନୁସାରେ କୋମନା ଥାନା ଅନ୍ତର୍ଗତ ବହଳମୁଣ୍ଡା ଗ୍ରାମର ଭରତ ଦଳଙ୍କ ଝିଅ ସୁମିତ୍ରା ଦଳ ଖଡ଼ିଆଳ ଥାନା ଅନ୍ତର୍ଗତ ରିଷି ଗାଁର ଚିତମନ ଦଳଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ପାରିବାରିକ କଳହକୁ କେନ୍ଦ୍ରକରି ଚଳିତମାସ 11 ତାରିଖ ନୂଆଖାଇ ଦିନ ଉଭୟ ସ୍ବାମୀ, ସ୍ତ୍ରୀ, ଶାଶୁ, ଶ୍ବଶୁର ଝଗଡ଼ା ଲାଗିଥିଲେ । ଏହାପରେ 13 ତାରିଖ ବଧୂ ସୁମିତ୍ରାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇ ନିକଟସ୍ଥ ଡଙ୍ଗରରେ ପୋତି ଦେଇଥିଲେ ।

ଘଟଣାକୁ ସନ୍ଦେହ କରି ସୁମିତ୍ରାଙ୍କ ବାପା ଭରତ ଦଳ ଝିଅକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଖଡ଼ିଆଳ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାର ତଦନ୍ତ କରି ମାଟିତଳୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ଘଟଣାରେ ମୃତ ସୁମିତ୍ରାଙ୍କ ସ୍ବାମୀ ଚିତମନ ଦଳ, ଶ୍ବଶୁର ଦ୍ରୋଣ ଦଳ ଏବଂ ଶାଶୁ ପୁନେ ଦଳକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ SDPO ସନ୍ତକ ଜେନା ପ୍ରକାଶ କରିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.