ETV Bharat / state

କଟକଣାରେ ସମ୍ପନ୍ନ ହେଲା ସୁନାଦେଈଙ୍କ ଛତର ଯାତ୍ରା

author img

By

Published : Nov 4, 2020, 6:43 PM IST

କୋଭିଡ କଟକଣା ମଧ୍ୟରେ ବହୁ ପ୍ରସିଦ୍ଧ ନୂଆପଡା ଜିଲ୍ଲାର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଆଶ୍ବିନ ମାସ ପୂର୍ଣ୍ଣମୀ ତିଥି ଠାରୁ ମା'ଙ୍କ ଛତର ଯାତ୍ରା ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଥାଏ । ହେଲେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ଫିକା ପଡିଲା ମାଙ୍କ ଛତର ଯାତ୍ରା ।

କଟକଣାରେ ସମ୍ପନ୍ନ ହେଲା ସୁନାଦେଈଙ୍କ ଛତର ଯାତ୍ରା
କଟକଣାରେ ସମ୍ପନ୍ନ ହେଲା ସୁନାଦେଈଙ୍କ ଛତର ଯାତ୍ରା

ନୂଆପଡା: ପ୍ରାକୃତିକ ସବୁଜ ବନାନୀରେ ଭରପୁର ନୂଆପଡାର ସୁନାବେଡା ଅଭୟାରଣ୍ୟ । ସାଢ଼େ ୩ ହଜାର ବର୍ଗଫୁଟ ଉଚ୍ଚ ଏହି ଅଭୟାରଣ୍ୟରେ ପୂଜା ପାଆନ୍ତି ଚକୋଟିଆ ଭୁଞ୍ଜିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଈ । ପ୍ରତିବର୍ଷ ଖୁବ ଧୁମଧାମରେ ପାଳିତ ହୁଏ ପ୍ରସିଦ୍ଧ ସୁନା ଦେଈଙ୍କ ଛତର ଯାତ୍ରା । ଯେଉଁଠି ସାମିଲ ହୁଅନ୍ତି ଲକ୍ଷାଧିକ ଚକୋଟିଆ ଭୁଞ୍ଜିଆ ପହରିଆ ସମ୍ପ୍ରଦାୟର ଆଦିମ ଜନଜାତି । ହେଲେ ଚଳିତବର୍ଷ କୋରୋନା ମହାମାରୀ ଯୋଗୁଁ ଫିକା ପଡିଲା ଛତର ଯାତ୍ରା ।

କେବଳ ପରମ୍ପରା ବିଧି ରକ୍ଷା କରିବା ପାଇଁ ଛାତ୍ରୀଆ,ବାଡିବାଲା,ବାଜାବାଲା,ଶୀରା,ଝାଙ୍କର ସେବାୟତ ଗହଣରେ ସମ୍ପନ୍ନ ହୋଇଛି ମା' ଙ୍କ ଛତର ଯାତ୍ରା । 9ଶହ ବର୍ଗ କିଲୋମିଟର ନିଘଞ୍ଚ ଅଭାୟାରଣ୍ୟକୁ ଘେରି ରଖିଲେ ସୁରକ୍ଷାକର୍ମୀ । ଯାହାଫଳରେ ରାଜ୍ୟ ତଥା ରାଜ୍ୟ ବାହାରର କୌଣସି ଶ୍ରଦ୍ଧାଳୁ ଛତର ଯାତ୍ରାକୁ ପହଞ୍ଚି ପାରିଲେ ନାହିଁ । 84 ଖଣ୍ଡ ଟିକ୍ରୀକୁ ମା' ଙ୍କ ଛତର ଭ୍ରମଣ କରି ଘରେ ଘରେ ପୂଜାପାଇବା ପରେ ବୋଦା ବଳି ଦିଆଯାଇଥାଏ । ହେଲେ ଚଳିତ ବର୍ଷ ନିସପ୍ତ ମା'ଙ୍କ ପୀଠ ।

ବର୍ଷକୁ ମା' ଙ୍କ 2 ଥର ପୂଜା ଉତ୍ସବ ହୋଇଥାଏ । ପ୍ରଥମେ ଚୈତ୍ର ମାସରେ ଚୈତ୍ରପର୍ବ, ଦ୍ଵିତୀୟରେ ଆଶ୍ବିନ ମାସରେ ବହୁ ପ୍ରସିଦ୍ଧ ଛତର ଯାତ୍ରା ପାଳିତ ହୋଇଥାଏ । ମା ସୁନାଦେଈଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁଇ ଯାତ୍ରା ସମ୍ପନ୍ନ ନହେବା ଯାଏ ଗାଁ ରେ ବିବାହ, ବ୍ରତ, ଆଦି ଯାନିଯାତ୍ରା ଶୁଭାରମ୍ଭ ହୋଇ ନଥାଏ । ବ୍ୟତିକ୍ରମ କଲେ ପରିବାର ମଧ୍ୟରେ ବିପଦ ପଡିଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ବାସ ରହିଛି ।

ସେହିଭଳି 84 ଟିକ୍ରୀର ଲୋକେ କୌଣସି ଲଘୁ ବନଜାତ ଦ୍ରବ୍ୟକୁ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ମା' ଙ୍କ ଛତର ଦର୍ଶନ କଲେ ମନୋସ୍କାମନା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ଅଗାଢ ବିଶ୍ବାସ ରହିଛି । ହେଲେ କୋଭିଡ କଟକଣା ଯୋଗୁଁ ଯାତ୍ରାରେ କେହି ବି ସାମିଲ ହୋଇପାରିଲେ ନାହିଁ । ଫଳରେ ଯୁଗ ଯୁଗର ପରମ୍ପରାରେ ବ୍ୟତିକ୍ରମ ଦେଖାଦେଇଥିବା ମୁଖ୍ୟ ପୂଜକ ଦୁଃଖରେ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.