ETV Bharat / state

ସ୍ବାବଲମ୍ବୀ କରୁଛି ମନରେଗା, ବାଣ୍ଟୁଛି ସଫଳତାର ମନ୍ତ୍ର - MGNREGA yojona

ମନରେଗା ଜିଣୁଛି ମନ । ଆଉ ମୁହଁରେ ଫୁଟାଉଛି ହସ । ଗରିବ ପରିବାରଙ୍କ ପେଟ ପୋଷିବା ସହ ଯୋଗାଉଛି କାମ। ଏହି ଯୋଜନାରେ ସାମିଲ ହୋଇ ଲୋକେ ବେଶ ଉପକୃତ ହୋଇଥିବା ଦେଖିବାକୁ ମିଳିଛି । ବିଶେଷକରି ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ନବନିର୍ମିତ ରାନିମୁଣ୍ଡା ଗ୍ରାମପଞ୍ଚାୟତର ହିତାଧିକାରୀ । ଅଧିକ ପଢନ୍ତୁ...

success story of MGNREGA
ସ୍ବାବଲମ୍ବୀ କରୁଛି ମନରେଗା, ବାଣ୍ଟୁଛି ସଫଳତାର ମନ୍ତ୍ର
author img

By

Published : Jan 5, 2021, 5:09 PM IST

ନୂଆପଡା: ସିନାପାଲି ବ୍ଲକ ନବନିର୍ମିତ ରାନିମୁଣ୍ଡା ଗ୍ରାମପଞ୍ଚାୟତର ହିତାଧିକାରୀ ଗଣ ମନରେଗା ଯୋଜନାରେ ବେଶ ଉପକୃତ ହୋଇଥିବା ଦେଖିବାକୁ ମିଳିଛି । ବିଶେଷକରି ଏହି ଗ୍ରାମପଞ୍ଚାୟତରେ ସେଚ କୂପ, ଆଦର୍ଶ ଗାଈ ଗୁହାଳ, ଛେଳି ଗୁହାଳ, ଜମି ମରାମତି, ମୋ ପୋଖରୀ, ମୋ ବଗିଚା ଭଳି ଏକାଧିକ ଉନ୍ନତି ମୂଳକ ଯୋଜନାରେ ମଧ୍ୟମ କ୍ଷୁଦ୍ର କୃଷକମାନେ ସାମିଲ ହୋଇ ଉପକୃତ ହୋଇଥିବା ପ୍ରକାଶ କରିଛନ୍ତି ।

ଜ଼ିଲ୍ଲା ସଦର ମହୁକମା ଠାରୁ 120 କିଲୋମିଟର ଦୂରତାରେ ଅବସ୍ଥିତ ନବନିର୍ମିତ ସିନାପାଲି ବ୍ଲକ ରାନିମୁଣ୍ଡା ଗ୍ରାମପଞ୍ଚାୟତ । ରାନିମୁଣ୍ଡା, ମାଣ୍ଡିଆରୁଚା, ଧିଙ୍ଗିଆମୁଣ୍ଡା,ମହେଶ୍ୱର 4 ଗୋଟି ଗ୍ରାମ ଏବଂ 4 ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟାକୁ ନେଇ 2017 ମସିହାରେ ଗଠନ ହୋଇଛି ରାନିମୁଣ୍ଡା ଗ୍ରାମପଞ୍ଚାୟତ । ନୂତନ ଗ୍ରାମପଞ୍ଚାୟତମାନଙ୍କ ମଧ୍ୟରୁ ରାନିମୁଣ୍ଡା ଗ୍ରାମପଞ୍ଚାୟତ ବିକାଶ ଧାରାରେ ସାମିଲ ହୋଇ ପ୍ରଗତି ପଥେ ଅତିକ୍ରମ କରିଚାଲିଛି ।

ସ୍ବାବଲମ୍ବୀ କରୁଛି ମନେରେଗା, ବାଣ୍ଟୁଛି ସଫଳତାର ମନ୍ତ୍ର

ବିଶେଷକରି ଏହି ଗ୍ରାମପଞ୍ଚାୟତରେ MGNREGA ଯୋଜନା ସଫଳ ହୋଇପାରିଛି । ମଧ୍ୟମ କ୍ଷୁଦ୍ର ଗରିବ କୃଷକ ମାନଙ୍କୁ ସରକାରୀ ଯୋଜନାରେ ସାମିଲ କରିପାରିଛି ରାନିମୁଣ୍ଡା ଗ୍ରାମପଂଚାୟତ । ସେଚ କୂପ,ଆଦର୍ଶ ଗାଈ ଗୁହାଳ, ଛେଳି ଗୁହାଳ,ଜମି ମରାମତି,ମୋ ପୋଖରୀ, ମୋ ବଗିଚା ଯୋଜନା ବେଶ ସଫଳ ହୋଇଛି । ସରକାରୀ ଯୋଜନାରେ ସାମିଲ ହୋଇ ଖୁସିରେ କୁଟୁମ୍ବ ଚଳାଉଥିବା ହିତାଧିକାରୀ ଗଣ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ 2017 ମସିହାରେ ନିକଟସ୍ଥ ଟିମନପୁର ଗ୍ରାମପଞ୍ଚାୟତ ଠାରୁ ଅଲଗାହୋଇ ନୂତନ ଗ୍ରାମପଞ୍ଚାୟତ ମାନ୍ୟତା ପାଇଲା ରାନିମୁଣ୍ଡା । ଗ୍ରାମପଂଚାୟତର ପ୍ରଥମ ନବନିର୍ବାଚିତ ସରପଞ୍ଚ ଭାବରେ ଦେବବ୍ରତ ସୁପକାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଜଣେ ମିଷ୍ଟଭାସୀ ମିଳାପୀ ବ୍ୟକ୍ତିତ୍ବ ତାଙ୍କ ବଳିଷ୍ଠ ନେତୃତ୍ୱରେ ଗ୍ରାମପଞ୍ଚାୟତର ବିକାଶ ଧାରାରେ ସାମିଲ ହୋଇପାରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଶତାଧିକ ଅସହାୟ ବୃଦ୍ଧବୃଦ୍ଧା ବିଧବା ଶାରୀରିକ ଭିନ୍ନକ୍ଷମ ଲୋକଙ୍କୁ ଭତ୍ତା ଦିଆଯାଉଛି ।

ସେହିଭଳି 250ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଆବାସ ଗୃହରେ ସାମିଲ କରାଯାଇଛି । ପିଡିଏସ ଚାଉଳ, କିରୋସିନି, ଗହମ ଆଦି ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ଶୃଙ୍ଖଳାରେ ଚାଲିଛି । ସେହିଭଳି ଗାଁ କୁ ଗାଁ ସଂଯୋଗ କରିବା ପାଇଁ ଧିଙ୍ଗିଆମୁଣ୍ଡା ଠାରୁ ମାଣ୍ଡିଆରୁଚା ନୂତନ ରାସ୍ତା, PWD ରୋଡ଼ ଠାରୁ ଗ୍ରାମପଞ୍ଚାୟତ ରାସ୍ତା, ଧିଙ୍ଗିଆମୁଣ୍ଡା ଠାରୁ ମହେଶ୍ୱର ରାସ୍ତା ନିର୍ମାଣ ସଫଳ ହୋଇଛି ।

ଏହିସବୁ ସଫଳ କାମ ପଛରେ ସିନାପାଲି BDO, ନୂଆପଡା ଜ଼ିଲ୍ଲାପାଳଙ୍କ ସହଯୋଗ ଥିବା ସରପଞ୍ଚ ପ୍ରକାଶ କରିଛନ୍ତି । ଅପରପକ୍ଷେ MGNREGA ଯୋଜନାରେ ରାନିମୁଣ୍ଡା ଗ୍ରାମପଞ୍ଚାୟତ ସଫଳ ହୋଇଛି । ଆଗକୁ ଗ୍ରାମୀଣ ଉଦ୍ୟାନ ଏବଂ ଗ୍ରାମୀଣ ହାଟ କରିବେ ବୋଲି BDO ସଦାଶିବ ନାଏକ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.