ନୂଆପଡା: ରାଜ୍ୟବ୍ୟାପୀ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ତାତି ଜୋର ଧରିଥିବାବେଳେ, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅରେଡା ଗ୍ରାମ ପଞ୍ଚାୟତରେ ଅଘଟଣ। ଖଡ଼ିଆଳ ବ୍ଲକ ଅରେଡା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ । ଖବର ପ୍ରସାରିତ ହେବା ପରେ ସମର୍ଥକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ମୃତ ସମିତି ସଭ୍ୟ ପ୍ରାର୍ଥିନୀ ହେଉଛନ୍ତି ଚନୋଟମାଲ ଗ୍ରାମର ତୁଳସା ଶବର । ମୃତ ପ୍ରାର୍ଥୀନୀଙ୍କ ସ୍ଵାମୀ ଓ ଶାଶୁ ଆନ୍ଧ୍ରପ୍ରଦେଶରେ ଦାଦନ ଖଟୁଥିବାବେଳେ,ଚନୋଟମାଲ ଗାଁ ସ୍ଥିତ ନିଜ ଘରେ ବୃଦ୍ଧ ଶ୍ବଶୁର ଏବଂ 2 ନାବାଳକ ସନ୍ତାନ ସହ ପ୍ରାର୍ଥିନୀ ରହୁଥିଲେ। ମୃତ ତୁଳସା ଶବର ଶିକ୍ଷିତା ମହିଳା ହୋଇଥିବା କାରଣରୁ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ଲଢ଼ିବା ପାଇଁ ଗ୍ରାମବାସୀ ପ୍ରାର୍ଥୀ କରିଥିଲେ। ଗ୍ରାମବାସୀଙ୍କ ଆଶା ଥିଲା ତୁଳସା ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହେବେ । ହେଲେ ନିର୍ବାଚନ ପୂର୍ବରୁ ହିଁ ପ୍ରାର୍ଥିନୀ ତୁଳସା ଙ୍କ ପ୍ରାଣବାୟୁ ଚାଲିଗଲା । ମୃତ୍ୟୁ କାରଣ ଅସ୍ପଷ୍ଟ ଥିବାବେଳେ ହଠାତ ଜ୍ବର ଓ ଗୋଡହାତ ବ୍ୟଥା ହୋଇ ମୃତ୍ୟୁ ମୁଖରେ ପଡିଥିବା ତାଙ୍କ ଶ୍ବଶୁର ପ୍ରକାଶ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ