ETV Bharat / state

ଷ୍ଟ୍ରେଚରରେ ନଦୀ ପାର ହେଲେ ଗର୍ଭବତୀ - ଗର୍ଭବତୀ

ପୁଣି ଦେଖିବାକୁ ମିଳିଲା ଜନନୀ ଯନ୍ତ୍ରଣା । ପ୍ରଖର ସ୍ରୋତରେ ନଦୀ ପାର ହେଲେ ଗର୍ଭବତୀ । ସ୍ଥାନୀୟ ଯୁବକ ସାଜିଲେ ଦେବଦୂତ ।

ଫଟୋ ସୌଜନ୍ୟ:ପ୍ରତିନିଧି, ନୂଆପଡ଼ା
author img

By

Published : Jul 27, 2019, 12:43 AM IST

ନୂଆପଡା: ପୁଣି କାନ୍ଧ ସାହାଯ୍ୟରେ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମାଓ ଅଧ୍ୟୁଷିତ ବିଛିନ୍ନାଞ୍ଚଳ ଚିତାରମା ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଲୁଅ ଲିଭି ଆସୁଥିଲା ଆଉ ମାଡି ଆସୁଥିଲା ଅନ୍ଧକାର । ସେପଟେ ଝିପିଝିପି ବର୍ଷା । ଘଞ୍ଚ ଜଙ୍ଗଲ ଭିତରେ ଥିବା ଚିତାରମା ଗାଁରେ ସନ୍ଧ୍ୟା 6 ଟାରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ନୂଆପଡ଼ା
ସୂଚନା ଅନୁସାରେ ଉକ୍ତ ଗାଁର ଦିଲେଶ୍ବର ଚିନ୍ଦାଙ୍କ ସ୍ତ୍ରୀ ନିରୁ ଚିନ୍ଦାଙ୍କୁ ପ୍ରସବ ବେଦନା ହୋଇଥିଲା । ଚିତାରମା ଗାଁ ଉଡନ୍ତି ନଦୀ ଆରପାରି ସିନ୍ଦୁରସିଲ ଗାଁରେ ସରକାରଙ୍କ ଦମନ ସ୍ବାସ୍ଥ୍ୟ ଶିବିର ଚାଲିଥିଲା । ଗର୍ଭବତୀଙ୍କୁ ଦମନ ଶିବିରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ସିନାପାଲି ମାଆ ଗୃହକୁ ନେବାର କାର୍ଯ୍ୟକ୍ରମ ଥିଲା । ହେଲେ ବାଟରେ ଦାଉ ସାଜିଲା ଉଦନ୍ତି ନଦୀ ।

ଦୀର୍ଘ ସମୟ ଗର୍ଭ ଯନ୍ତ୍ରଣା ପାଇବାପରେ ଗାଁର ସାହସିକ ଯୁବକ ଓ ସମ୍ପର୍କୀୟ ମାନେ ଏକତ୍ରିତ ହୋଇ ଉଦନ୍ତୀ ନଦୀର 6 ଫୁଟ ପାଣିରେ ବିପଦସଙ୍କୁଳ ଅବସ୍ଥାରେ ଷ୍ଟ୍ରେଚରରେ ବୋହି ନଦୀ ପାର କରି ଦମନ ସ୍ବାସ୍ଥ୍ୟ ଶିବିର ସିନ୍ଦୁରସିଲରେ ପହଞ୍ଚିଥିଲେ । ପରେ ସିନାପାଲି ମାଆ ଗୃହକୁ ନେଇ ଆସିଥିଲେ । ସରକାର ବିଛିନ୍ନାଞ୍ଚଳ ଇଲାକାକୁ ମୁଖ୍ୟସ୍ରୋତରେ ସାମିଲ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ନୂଆପଡା ଜିଲ୍ଳାରେ ତାର ନଗ୍ନ ଚିତ୍ର ଦେଖାଦେଇଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ସିନାପାଲି ବ୍ଲକ ମାଓ ଅଧ୍ୟୁଷିତ ବିଛିନ୍ନାଚଳ ଚିତାରମା ଗାଁରେ ଷ୍ଟେଚର ରେ ବୁହାହେଲା ଗର୍ଭବତୀ । ନିଘଂଚ ନିକାଂଚନ ଜଙ୍ଗଲ ଭିତରେ ଥିବା ଚିତାରମା ଗାଁରେ ଆଜି ସନ୍ଧ୍ୟା 6 ଘଣ୍ଟା ସମୟରେ ଦିଲେଶ୍ୱର ଚିନ୍ଦା ଙ୍କ ସ୍ତ୍ରୀ ନିରୁ ଚିନ୍ଦା ଙ୍କୁ ପ୍ରସବ କାଳୀନ ଗର୍ଭ ଯନ୍ତ୍ରଣା ହୋଇଥିଲା । ଚିତାରମା ଗାଁ ଉଡନ୍ତି ନଦୀ ଆରପାରି ସିନ୍ଦୁରସିଲ ଗାଁରେ ସରକାରଙ୍କ ଦମନ ସ୍ବାସ୍ଥ୍ୟ ଶିବିର ଚାଲିଥିଲା । ଗର୍ଭବତୀ ମା ଙ୍କୁ ଦମନ ଶିବିର କୁ ନେଇ ପ୍ରାଥମିକ ଚିକିତ୍ସା ପରେ ସିନାପାଲି ମାଗୃହ କୁ ନେବାର କାର୍ଯ୍ୟକ୍ରମ ଥିଲା ହେଲେ ବାଟରେ ଦାଉ ସାଜିଲା ଉଦନ୍ତି ନଦୀ । ଦୀର୍ଘ ସମୟ ଗର୍ଭ ଯନ୍ତ୍ରଣା ପାଇବାପରେ ଗାଁର ସାହସିକ ଯୁବକ ଓ ସମ୍ପର୍କୀୟ ମାନେ ଏକତ୍ରିତ ହୋଇ ଉଦନ୍ତୀ ନଦୀର 6 ଫୁଟ ପାଣିରେ ବିପଦ ଅବସ୍ଥାରେ ଷ୍ଟେଚର ରେ ବୋହି ନଦୀ ପାରକରୀ ଦମନ ସ୍ୱାସ୍ଥ୍ୟ ଶିବିର ସିନ୍ଦୁରସିଲ ରେ ପହଂଚିଥିଲେ । ପରେ ସିନାପାଲି ମାଆ ଗୃହକୁ ନେଇ ଆଣିଛନ୍ତି । ସରକାର ବିଛିନ୍ନ।ଅଞ୍ଚଳ ଇଲାକାକୁ ମୁଖ୍ୟ ଶ୍ରୋତରେ ସାମିଲ କରୁଥିବା ଡିଣ୍ଡିମ ଦେଉଥିବା ବେଳେ , ନୂଆପଡା ଜ଼ିଲ୍ଳାରେ ତାର ନଗନ୍ନ ଚିତ୍ର ଦେଖାଦେଇଛି ।
byte-1-କୃଷ୍ଣଚନ୍ଦ୍ର ନାଗ (ସ୍ଥାନୀୟ ଲୋକ)
byte-2-ପୁଷ୍ପାଞ୍ଜଳୀ ମେହେର (ଆଶା ଦିଦି)
byte-3- ଜୋସ୍ନ। ବନିଛୋର (ମହିଳା ସ୍ୱାସ୍ଥ୍ୟ କର୍ମୀ)Body:xConclusion:xx
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.