ETV Bharat / state

ମାଓ ଇଲାକାର ଆଦିବାସୀଙ୍କ ଏପରି ଅବସ୍ଥା, ବର୍ଷକ ଯାକ ଜୀବନ ବଞ୍ଚାଉଛି ନାଳପାଣି

ବଣପାହାଡ ଘେରା ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଛୁଇଁପାଣି ଗାଁ । ଲୋକଙ୍କୁ ମିଳୁନାହିଁ ପାନୀୟ ଜଳ। ବର୍ଷକ ବାରମାସ ଯାକ ନାଳ ପାଣି ପିଇ ବଞ୍ଚୁଛନ୍ତି ଲୋକେ । ଦେଖନ୍ତୁ ଏହି ରିପୋର୍ଟ...

author img

By

Published : Nov 13, 2020, 4:09 PM IST

ପାନୀୟ ଜଳ ସମସ୍ୟା
ପାନୀୟ ଜଳ ସମସ୍ୟା

ନୂଆପଡା: ମାଓ ପ୍ରବଣ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଛୁଇଁପାଣି ଗାଁ । ଯେଉଁଠି ବିଶୁଦ୍ଧ ପାନୀୟଜଳର ଘୋର ସଙ୍କଟ ଦେଖିବାକୁ ମିଳିଛି । ଖରା, ବର୍ଷା ଓ ଶୀତ ସବୁଦିନେ ଏଠିକାର ଲୋକେ ପାନୀୟଜଳ ପାଇଁ ସଂଗ୍ରାମ କରୁଛନ୍ତି ।

ମାଓ ଇଲାକାର ଆଦିବାସୀଙ୍କ ଏପରି ଅବସ୍ଥା, ବର୍ଷକ ଯାକ ଜୀବନ ବଞ୍ଚାଉଛି ନାଳପାଣି

ଶୀତ ଓ ବର୍ଷା ଋତୁରେ ଗାଁ ନିକଟସ୍ଥ ଅଇଁଲାଗିରୀ ଜଙ୍ଗଲର ଦୂଷିତ ନାଳ ପାଣି ଏମାନଙ୍କ ଶୋଷ ମେଣ୍ଟାଉଥିବାବେଳେ ଗ୍ରୀଷ୍ମ ଋତୁରେ ମାକରଖଲିଆ ନାଳର କାଦୁଅ ପାଣି ଏମାନଙ୍କ ଜୀବନ ରକ୍ଷା କରିଥାଏ।

ସେହିଭଳି ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ବିଜୁଳି ଆଲୁଅ ଏମାନଙ୍କ ପାଇଁ ସାତସପନ ପାଲଟିଛି। ଗାଁରେ ପ୍ରାଥମିକ ବିଦ୍ୟାଳୟ ନଥିବାରୁ ଛାତ୍ରଛାତ୍ରୀମାନେ 6 କିଲୋମିଟର ରୁଣ୍ଡି ଗାଁ ପ୍ରାଥମିକ ବିଦ୍ୟାଳୟ ଏବଂ 3 କିଲୋମିଟର ଦୂରତା ଭୁଇପାଣି ଗାଁ ଉପରେ ନିର୍ଭରଶୀଳ। ଯାହା ପାଇଁ ଛୋଟ ଛୋଟ ପିଲାଙ୍କ ପାଇଁ ଯାଆସରେ ଅନେକ ସମସ୍ୟା ଉପୁଜୁଛି ।

ସେହିପରି ପାଣି ସଂଗ୍ରହ କରିବା ପାଇଁ ନିକଟସ୍ଥ ଜଙ୍ଗଲର ନାଳକୁ ଯିବା ଆସିବା କରୁଥିବାବେଳେ ବନ୍ୟଜନ୍ତୁର ଶିକାର ହେଉଛନ୍ତି ଏଠିକାର ଲୋକେ । ତେବେ ଏ ତମାମ ଅସୁବିଧାକୁ ନେଇ ଏଠାକାର ଲୋକେ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ଜିଲ୍ଲାପାଳ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ତାଙ୍କର ବଦଳି ହୋଇଯାଇଥିବାବେଳେ ନୂଆ ଜିଲ୍ଲାପାଳ କେବେ ଗୁହାରୀ ଶୁଣିବେ ତାକୁ ଚାହିଁଛନ୍ତି ଲୋକେ । ଏସବୁ ଭିତରେ ଖୁବଶୀଘ୍ର ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଆଶା ଦେଖାଇଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ।

ତେବେ ମାଓ ପ୍ରବଣ ଇଲାକାର ସର୍ବାଙ୍ଗୀନ ବିକାଶ କରୁଥିବା ସରକାର ଡିଣ୍ଡିମ ପିଟୁଥିବାବେଳେ ଏହି ଅଞ୍ଚଳକୁ ସରକାର ଅଣଦେଖା କରିଥିବା ସ୍ଥାନୀୟ ଆଦିବାସୀ ଅଭିଯୋଗ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.