ETV Bharat / state

ବିଶ୍ବାସ ନା ଅନ୍ଧବିଶ୍ବାସ: ସ୍କୁଲରେ ପ୍ରେତ ଭୟ, ନିରବଦ୍ରଷ୍ଟା ପ୍ରଶାସନ

author img

By

Published : Sep 15, 2019, 3:23 PM IST

ନୂଆପଡାର ନାଗଝର ସ୍କୁଲରେ ପ୍ରେତ୍ମାମା ଭୟ ! ଆତଙ୍କିତ ଅବସ୍ଥାରେ ଲୋକେ । ଏନେଇ ନୂଆପଡାରୁ ବାସ୍ତବ ସ୍ଥିତି ପରଖିଥିଲା ଇଟିଭି ଭାରତ ଟିମ୍ ।

ଡିଜାଇନ ଫଟୋ

ନୂଆପଡା: ଶିକ୍ଷା ମନ୍ଦିରରେ ପ୍ରେତାତ୍ମା ରାଜୁତି ! ସ୍କୁଲରେ ବସବାସ କରୁଛି ଭୂତ ! ବିଜ୍ଞାନ ଯୁଗରେ ମଧ୍ୟ ଏଭଳି କିଛି ଅଦ୍ଭୁଦ ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲ୍ଲାର ନାଗଝର ଗାଁରୁ଼ । ନାଗଝର ବିଦ୍ୟାଳୟରେ ଭୂତପ୍ରେତ ରହୁଥିବା ଅନୁଭବ କରୁଥିବା କହିଛନ୍ତି ଲୋକେ । ଏଭଳି ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରିଥିଲେ ଆମ ଇଟିଭି ଭାରତ ଟିମ୍ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଆଦିବାସୀ ଅଧ୍ୟୁଷିତ ଗାଁ ନାଗଝର । ଶାନ୍ତ ସ୍ବଭାବ ଗାଁକୁ ଯେମିତି ଲାଗି ଯାଇଛି କୌଣସି ଅଦୃଶ୍ୟ ଶକ୍ତିର ନଜର । ଚାରିଆଡେ କେବଳ ନିରବତାର ରାଜୁତି । ରାତି କଣ ଦିନ କଣ ସବୁ ଯେମିତି ସମାନ ହୋଇଯାଇଛି ଗାଁ ଲୋକଙ୍କ ପାଇଁ । ଚାରିଆଡେ ଖାଲି ଭୟର ବାତାବରଣ । ଆଉ ଏହି ଭୟର କେନ୍ଦ୍ରସ୍ଥଳୀ ପାଲଟିଛି ନାଗଝର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଲୋକଙ୍କ ବିଶ୍ବାସ ଏହି ସ୍କୁଲରେ ଅଦୃଶ୍ୟ ଶକ୍ତି ରହିଛି । ଯାହାର ଡରରେ ସ୍କୁଲ ଯିବାକୁ ମଣୁ ନାହାନ୍ତି ଛାତ୍ରଛାତ୍ରୀ । ଏମିତିକି 6ରୁ 14 ବର୍ଷର ଝିଅଙ୍କ ଶରୀରରେ ପ୍ରେତ୍ମାମା ସବାର ହେଉଥିବା କୁହନ୍ତି ଏଠାକାର ଲୋକେ । ତେଣୁ ନିଜ କନ୍ୟା ସନ୍ତାନ ମାନଙ୍କୁ ନିଜ ଗାଁରେ ନ ରଖି ଦୂରଦୂରାନ୍ତ ସମ୍ପର୍କୀୟଙ୍କ ଘରେ ଛାଡି ଆସୁଛନ୍ତି ପରିବାରଲୋକେ ।

ଆଉ ଲୋକଙ୍କ ମଧ୍ୟରେ ଥିବା ଏହି ଡର ଯୋଗୁଁ କିଛି ଛାତ୍ରୀଙ୍କୁ ପାଠରେ ଡୋରି ବାନ୍ଧିଲାଣି । ଗାଁର ବୁଡୁରାମ ଘିଭେଳା ତନ୍ତ୍ରମନ୍ତ୍ର କରୁଥିବା ନେଇ ସିନାପାଲି ଥାନାରେ ଅଭିଯୋଗ କରିଥିଲେ ଲୋକେ । ହେଲେ ଅଭିଯୁକ୍ତ ଏବେ ଫେରାର ଅଛି । ଏନେଇ ଆମେ ଥାନା ଅଧିକାରୀଙ୍କୁ ଯୋଗଯୋଗ କରିଥିଲୁ ହେଲେ ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଦେଇଥିଲେ ।

ଚନ୍ଦ୍ରଯାନକୁ ନେଇ ସାରା ବିଶ୍ବରେ ଭାରତ ଗର୍ବିତ ହେଉଥିବା ବେଳେ ଏପଟେ ଆଜିବି ଅନେକ ଗାଁର ଲୋକେ ଅନ୍ଧବିଶ୍ବାସର ମାୟା ଜାଲରୁ ମୁକୁଳି ପାରୁ ନାହାନ୍ତି । ସରକାରଙ୍କ ତରଫରୁ ଏହି ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରିବା ଆବଶ୍ୟକ ହୋଇପଡିଛି । ଲୋକେ ସଚେତନ ହେଲେ ହିଁ ସମାଜରୁ ଅନ୍ଧବିଶ୍ବାସର ବେଡି ହଟି ପାରିବ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.