ETV Bharat / state

PanchayatPoll: ସରିଲା ନାମାଙ୍କନ, ଲଢେଇ ପାଇଁ 3 ଦଳ ପ୍ରସ୍ତୁତ

author img

By

Published : Jan 21, 2022, 11:02 PM IST

ପଞ୍ଚାୟତ ନିର୍ବାଚନ ପାଇଁ ନୂଆପଡା ଜିଲ୍ଲାରେ ସରଗରମ ରାଜନୀତି । ଗାଁ ଗଣ୍ଡାରେ ଦିନ କୁ ଦିନ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ନିର୍ବାଚନ ମଇଦାନରେ ଅବତରଣ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ । ଅଧିକ ପଢନ୍ତୁ

PanchayatPoll
PanchayatPoll

ନୂଆପଡା: ପଞ୍ଚାୟତ ନିର୍ବାଚନ ପାଇଁ ନୂଆପଡା ଜିଲ୍ଲାରେ ସରଗରମ ରାଜନୀତି । ଗାଁ ଗଣ୍ଡାରେ ଦିନ କୁ ଦିନ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ନିର୍ବାଚନ ମଇଦାନରେ ଅବତରଣ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ।

PanchayatPoll: ସରିଲା ନାମାଙ୍କନ, ଲଢେଇ ପାଇଁ 3 ଦଳ ପ୍ରସ୍ତୁତ

ଜିଲ୍ଲାର ସମୁଦାୟ 14 ଟି ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରମୁଖ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀମାନେ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରମୁଖ ଦଳର ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ସମୁଦାୟ 42 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିଜେଡି ନବୀନଙ୍କ ସ୍ବଛ ନିର୍ମଳ ଭାବମୂର୍ତ୍ତି ସାଙ୍ଗକୁ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ନେଇ ଭୋଟ ଭିକ୍ଷା କରିବ ବୋଲି କହିଛି । ସେହିଭଳି ବିଜେପି ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର, ଦୂର୍ନୀତି ବିରୋଧରେ ସ୍ବର ଉତ୍ତୋଳନ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନାକୁ ପାଥେୟ କରିବ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବ ।

ଅପରପକ୍ଷେ ବେରୋଜଗାର ଦାଦନ ସମସ୍ୟା ନବୀନ ପଟ୍ଟନାୟକଙ୍କ 22 ବର୍ଷର ଭ୍ରଷ୍ଟାଚାରକୁ ମୁଦ୍ଦା କରିବା ସହ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖକୁନ ଯିବ କଂଗ୍ରେସ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.