ନୂଆପଡା: ଜିଲ୍ଲାରେ ଦୀର୍ଘଦିନ ଧରି ରହିଥିବା ସମସ୍ୟା ଓ ସର୍ବାଙ୍ଗୀନ ଉନ୍ନତି ଦାବିରେ ଦଳିତ ଅଧିକାର ମଞ୍ଚ ପକ୍ଷରୁ ନ୍ୟାୟ ପଦଯାତ୍ରା ଆରମ୍ଭ ହୋଇଛି । ମଙ୍ଗଳବାର ଖଡ଼ିଆଳ ଆମ୍ବେଦକର ଛକ ଠାରେ ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି ଶତାଧିକ ଲୋକଙ୍କ ବାହାରିଛନ୍ତି ।
ଏହି ପଦଯାତ୍ରାରେ ଖଡ଼ିଆଳ, ବୋଡେନ, କୋମନା ବ୍ଲକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଜିଲ୍ଲାର ମୌଳିକ ସମସ୍ୟା ଉପରେ ଦାବି ଜଣାଇବେ । ବିଶେଷକରି ଜିଲ୍ଲାର କୋମନା,ବୋଡେନ,ସିନାପାଲି,ଖଡ଼ିଆଳ ଆଦି ଡାକ୍ତର ଖାନାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି, ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିଥିବା ଖଡ଼ିଆଳରୁ ଲମ୍ବିଥିବା 353 ଜାତୀୟ ରାଜପଥକୁ ନିର୍ମାଣ, ଦାଦନ ସମସ୍ୟା ଦୂର ଆଦି ଏକାଧିକ ସମସ୍ୟାର ସମାଧାନ ପାଇଁ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ସମେତ ଶତାଧିକ ଜନସାଧାରଣ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ