ETV Bharat / state

ଅନଲାଇନ ପାଠପଢା; ଆସୁନି ନେଟୱର୍କ, ପଢିହେଉନି ପାଠ - ବାଧା ସାଜୁଛି ନେଟୱାର୍କ

କୋଭିଡ19 ଦୃତ ଗତିରେ ବ୍ୟାପି ଚାଲିଥିବାବେଳେ, ସରକାର ହଠାତ ସ୍କୁଲ କଲେଜ ଛୁଟି ଘୋଷଣା କରି, ଦେଶ ବ୍ୟାପି ଲକଡାଉନ ଜାରିକରିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ କଲେଜ ରେ ତାଳା ପଡିଥିବାବେଳେ, ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିଛି । ଏଭଳି ମୁହୂର୍ତ୍ତରେ ଅନଲାଇନରେ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବାପାଇଁ ସରକାର ଆରମ୍ଭ କରିଛନ୍ତି ଶିକ୍ଷା ସଂଯୋଗ । ଅନଲାଇନ ପାଠପଢ଼ା ଦୁର୍ଗମ ପାହାଡିଆ ଗ୍ରାମାଞ୍ଚଳ ପିଲାଙ୍କୁ କେତେ ଫଳପ୍ରଦ । ଆସନ୍ତୁ ନଜର ପକାଇବା ଈଟିଭି ଭାରତ ନ୍ୟୁଜ ଉପରେ..

online-reading-network-interruption
online-reading-network-interruption
author img

By

Published : May 16, 2020, 3:09 PM IST

ନୂଆପଡ଼ା: ମହାମାରୀ କୋଭିଡ19 ଆତଙ୍କ ସୃଷ୍ଟି କରି ବିଶ୍ୱ ବ୍ୟାପି ଆତଙ୍କ ସୃଷ୍ଟି କରିଛି । କୋଭିଡ19 ଦେଶର ପ୍ରଗତିରେ ବାଧା ସୃଷ୍ଟି କରିଥିବା ବେଳେ, ଶିକ୍ଷା ନୀତିରେ ମଧ୍ୟ ବେଶ ପ୍ରଭାବ ପକାଇଛି । ଲକଡାଉନ କାରଣରୁ ସ୍କୁଲ କଲେଜ ତାଲା ପଡିଥିବାବେଳେ, ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି । ମାର୍ଚ୍ଚ ଅପ୍ରେଲ ଦୁଇ ମାସର ଶିକ୍ଷା ପାଇନାହାନ୍ତି ଛାତ୍ରଛାତ୍ରୀ । ଅନିଶ୍ଚିତତା ଭିତରେ ଛାତ୍ରଛାତ୍ରୀ ଘରେ ବସିଥିବାବେଳେ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଜ଼ିଲ୍ଲା ଶିକ୍ଷା ବିଭାଗ ଶିକ୍ଷା ସଂଯୋଗ ଅନଲାଇନ ପାଠପଢ଼ା ଆରମ୍ଭ କରିଛନ୍ତି । ଶିକ୍ଷା ସଂଯୋଗ ଗ୍ରୁପ ଜରିଆରେ ଚଳିତ ମାସ 7 ତାରିଖ ଠାରୁ ଅନଲାଇନ ପାଠପଢ଼ା ଆରମ୍ଭ ହୋଇଛି ।

ଅନଲାଇନ ପାଠପଢା; ଆସୁନି ନେଟୱର୍କ, ପଢିହେଉନି ପାଠ

ଯେଉଁଥିରେ ମୋବାଇଲ, ଲାପଟପ ଧରି ପିଲାମାନେ ଘରେ ରହି ପାଠ ପଢିବେ । ଯାହାକି ଦୁର୍ଗମ ପାହାଡିଆ ଗ୍ରାମାଞ୍ଚଳ ପିଲାଙ୍କପାଇଁ ସମସ୍ୟା ଦେଖାଦେଇଛି । ଗରିବ ଛାତ୍ରଛାତ୍ରୀଙ୍କ ପାଖରେ ସ୍କ୍ରିନ ଟଚ ମୋବାଇଲନ ଥିବାବେଳେ, ନେଟୱାର୍କ ନ ଥିବାରୁ ପିଲାଙ୍କ ପାଠପଢ଼ାରେ ଘୋର ସଙ୍କଟ ଦେଖାଦେଉଥିବା ଛାତ୍ରଛାତ୍ରୀ କହିଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଚଳିତ ମାସ 7 ତାରିଖ ଠାରୁ ନୂଆପଡା ଜ଼ିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ ପାଠପଢ଼ା ଆରମ୍ଭ ହୋଇଯାଇଛି । ଦ୍ଵିତୀୟରୁ ଅଷ୍ଟମ ଶ୍ରେଣୀ ପ୍ରାଥମିକ ସ୍ତରରେ ଅନଲାଇନରେ ପାଠ ପଢ଼ାଇବା ପାଇଁ 26 ଜଣ ଦକ୍ଷ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜ଼ିଲ୍ଲା ଶିକ୍ଷା ବିଭାଗ ଚୟନ କରିଛି ।

ସେହିଭଳି ମାଧ୍ୟମିକ ସ୍ତରରେ 36 ଜଣ ଦକ୍ଷ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀ ଚୟନ କରାଯାଇଛି । ଏହି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ DRP ଡିଷ୍ଟିକ ରିଶୋର୍ସ ପର୍ଶନ ଗ୍ରୁପ ଗଠନ କରାଯାଇଛି । ଦୀକ୍ଷା, ମଧୁ ଆପ ଶିକ୍ଷା ସଂଯୋଜକ ଜରିଆରେ ଅନଲାଇନ ପାଠପଢ଼ା ଚାଲିଥିବା ଜ଼ିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି । ସେହିଭଳି ଉଥାନ, ଉତ୍କର୍ଷ, ଉଜ୍ଜଳ କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱର ସହ ସମ୍ପାଦନା କରୁଥିବା ଜ଼ିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପ୍ରକାଶ କରିଥିବାବେଳେ, ଗ୍ରାମାଞ୍ଚଳର ପିଲାମାନେ ଅନଲାଇନ ପାଠପଢ଼ା ରେ ଫଳପ୍ରଦ ହେବେନାହିଁ ବୋଲି ଅବିଭାବକ ଅସନ୍ତୋଷ ଜାହିର କରିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.