ETV Bharat / state

ଶୀତରେ ଥରୁଛି ନୂଆପଡା - nuapada shivering in cold wave

ନୂଆପଡାରେ ଝଡି ବର୍ଷା ସାଙ୍ଗକୁ ହାଡଭଙ୍ଗା ଶୀତ ଲହରି ଲାଗିରହିଛି । ଶୀତର ପ୍ରକୋପରେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି । ଶ୍ରମିକମାନଙ୍କ ଦୈନିକ କାମଧନ୍ଦାରେ ବାଧା ଦେଖାଦେଇଛି । ଅଧିକ ପଢନ୍ତୁ...

nuapada
ଶୀତରେ ଥରୁଛି ନୂଆପଡା
author img

By

Published : Jan 3, 2020, 11:20 PM IST

ନୂଆପଡା: ନୂଆପଡାରେ ଝଡି ବର୍ଷା ସାଙ୍ଗକୁ ହାଡଭଙ୍ଗା ଶୀତ ଲହରି ଲାଗିରହିଛି । ଶୀତର ପ୍ରକୋପରେ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି । ଶ୍ରମିକମାନଙ୍କ ଦୈନିକ କାମଧନ୍ଦାରେ ବାଧା ଦେଖାଦେଇଛି । ଗରିବ ଶ୍ରେଣୀର ଲୋକମାନେ ଗରମ ପୋଷାକ ନପାଇ ଶୀତରେ ନିଆଁର ସାହାରା ନେଉଥିବା ଦେଖାଦେଇଛି । ସେପଟେ ଶୁକ୍ରବାର ସକାଳୁ ଝଡି ବର୍ଷା ଲାଗି ରହିଥିବାବେଳେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଶୀତରେ ଥରୁଛି ନୂଆପଡା

ନୂଆପଡା ଜିଲ୍ଲା କୋମନା, ବୋଡେନ, ସିନାପାଲି, ଖଡିଆଳ ଓ ନୂଆପଡା ବ୍ଲକ ଅଞ୍ଚଳରେ ଶୁକ୍ରବାର ସକାଳରୁ ଝଡିବର୍ଷା ଲାଗିରହିଛି । ଝଡିବର୍ଷା ସାଙ୍ଗକୁ ଧିର ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଆକାଶରେ ମେଘ କଳାଚାଦର ପରି ଚତୁର୍ଥ ଦିଗକୁ ଢାଙ୍କି ରଖିଛି । ଶୀତର ପ୍ରକୋପରେ ଗାଁଦାଣ୍ଡ, ସହର ସବୁଠାରେ ଜନଶୂନ୍ୟ ଦେଖାଦେଇଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେସ୍ଥାନେ ଲୋକମାନେ ନିଆଁ ଜାଳି ବସି ରହିଛନ୍ତି । କାମଧନ୍ଦା ସବୁକିଛି ଠପ ହୋଇପଡିଛି । ବିଶେଷ କରି ଗରିବ ଲୋକମାନଙ୍କ ପାଖରେ ଗରମ ପୋଷାକ ତଥା କମ୍ବଳ ନଥିବା ଯୋଗୁଁ ଦୁଃଖଯନ୍ତ୍ରଣାରେ ଦିନ କାଟୁଛନ୍ତି । ପୂର୍ବ ବର୍ଷ ଶୀତ ଋତୁରେ ସରକାର ଆଗୁଆ ବୟସ୍କ ଲୋକଙ୍କୁ କମ୍ବଳ ବାଣ୍ଟିଥିଲେ । ହେଲେ ଚଳିତ ବର୍ଷ ସରକାର ଏଯାଏ କମ୍ବଳ ଦେଇନାହାନ୍ତି । ସରକାର ତୁରନ୍ତ କମ୍ବଳ ଯୋଗାଇ ଦେବାକୁ ଲୋକେ ନେହୁରା ହୋଇଛନ୍ତି ।

ସେହିପରି ବାସ ଗୃହ ନ ଥିବା ଲୋକମାନେ ରାସ୍ତାକଡ, ବାସଷ୍ଟାଣ୍ଡ ଭଳି ଖୋଲା ସ୍ଥାନରେ ଆଶ୍ରୟ ନେଇ ଶୀତରେ ଥରୁଛନ୍ତି । ସେପଟେ ବାସ ଗୃହ ନ ଥିବା ଲୋକମାନଙ୍କ ପାଇଁ ଖଡିଆଳ ଏନଏସି, ନୂଆପଡା ଏନଏସି ଏବଂ ଖରିଆରରୋଡ ଏନଏସି ଅଞ୍ଚଳରେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ନିର୍ମାଣ କରାଯାଇଥିବା ନୂଆପଡା ଜିଲ୍ଲାପାଳ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.