ETV Bharat / state

ଦାଉ ସାଧିଛି ଚର୍ମରୋଗ: ସମାଜରେ ଅଲୋଡା ପିଙ୍କି

ନୂଆପଡା ଜିଲ୍ଲା ଲିଟିଗୁଡା ଗାଁର ପିଙ୍କି ବଚ୍ଛା । ଜନ୍ମରୁ ତାଙ୍କ ଶରୀରର ଅଙ୍ଗ ପ୍ରତଙ୍ଗରେ ଧଳାକଳା ଦାଗ ରହିଛି । ଯେଉଁଥି ପାଇଁ ସମାଜ ତାଙ୍କୁ ଦୂରେଇ ଦେଇଛି । ଆଉ ଏଭଳି କ୍ଷେତ୍ରରେ ସରକାରୀ ସହାୟତା ଲୋଡୁଛନ୍ତି ପିଙ୍କି । ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ସିନାପାଲି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ।

ଡିଜାଇନ ଫଟୋ
author img

By

Published : Aug 9, 2019, 9:27 PM IST

ନୂଆପଡା: ସମାଜରେ ସମ୍ମାନର ସହ ବଞ୍ଚିବା ସମସ୍ତଙ୍କ ଅଧିକାର ଅଛି । ପୁଅ ହେଉ ଅବା ଝିଅ ସମସ୍ତେ ସମାନ ଅଧିକାରରେ ବଞ୍ଚିବେ । କିନ୍ତୁ ରୋଗ ସାଜିଛି ଦାଉ । ସମାଜ ଯେ ସମସ୍ତଙ୍କ ପାଇଁ ସମାନ ଏହା ଭୁଲ ପ୍ରମାଣିତ ହୋଇଛି ନୂଆପଡା ଜିଲ୍ଲା ଲିଟିଗୁଡାରେ ରହୁଥିବା ପିଙ୍କି ବଚ୍ଛାଙ୍କ କ୍ଷେତ୍ରରେ। ଜନ୍ମରୁ ଶରୀରରେ ଥିବା ଧଳାକଳା ଦାଗ ଯୋଗୁଁ ସମାଜ ତାଙ୍କୁ ଦୂରେଇ ଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନାଁ ପିଙ୍କି ବଚ୍ଛା । ଘର ନୂଆପଡା ଜିଲ୍ଲାରେ । ପିଙ୍କି ଯେବେ ଜନ୍ମ ଗ୍ରହଣ କରିଥିଲେ ପରିବାରରେ ଖେଳି ଯାଇଥିଲା ଖୁସିର ଲହରୀ । ଘରେ ଝିଅକୁ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ ପରିବାର ଲୋକେ । ହେଲେ ପରିବାରଲୋକଙ୍କ ଏହି ଖୁସି ବେଶି ଦିନ ରହି ନଥିଲା । କାରଣ ଜନ୍ମରୁ ହିଁ ପିଙ୍କି ଶରୀରର କାନ ନାକ ସହ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ କଳାଧଳା ଦାଗ ରହିଥିଲା । ଛୋଟବେଳେ ଏତେଟା ଜଣାପଡି ନଥିବା ବେଳେ କ୍ରମଶଃ ଏହି ଦାଗ ବଢିବାକୁ ଲାଗିଥିଲା । ଧିରେ ଧିରେ ଦୃଷ୍ଟି କମିବା ମଧ୍ୟ ଆରମ୍ଭ ହୋଇଯାଇଥିଲା । ଆଉ ଦାଗ ପାଇଁ ସମାଜ ମଧ୍ୟ ତାଙ୍କୁ ଆପଣେଇ ନଥିଲା । ସମାଜ ଆଗରେ ଏବେ ସେ ଅଲୋଡା ।

ପିଙ୍କିଙ୍କ ସାହାଯ୍ୟ ଯୋଗାଇ ଦେବା ପାଇଁ ଆମେ ସିନାପାଲି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲୁ । ସେ ଚର୍ମ ରୋଗ ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ୟା ଅଧିକାରୀ ଯୋଗାଯୋଗ କରିବା ସହ ରେଡକ୍ରସ କିମ୍ବା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହାଯ୍ୟ ଯୋଗାଇ ଦେବେ ବୋଲି କହିବା ସହ ମଧୁବାବୁ ପେନସନ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.