ETV Bharat / state

ମୁମ୍ବାଇରେ ଦାଦନ ଶ୍ରମିକ ନିଖୋଜ: ୮ ମାସ ହେଲାଣି ମିଳୁନି ପତ୍ତା, କାନ୍ଦି କାନ୍ଦି ଅଥୟ ସମ୍ପର୍କୀୟ

author img

By

Published : Dec 6, 2022, 7:04 PM IST

Updated : Dec 6, 2022, 7:22 PM IST

ସ୍ବପ୍ନନଗରୀ ମୁମ୍ବାଇକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି ନୂଆପଡ଼ା କୋଟାମାଲ ଗାଁର ତୀର୍ଥ ଶବର । ଦୀର୍ଘ ୮ ମାସ ଧରି ତାଙ୍କ ଖୋଜ ଖବର ମିଳୁନଥିବାରୁ ଅଥୟ ହୋଇପଡ଼ିଛନ୍ତି ଅସହାୟ ପତ୍ନୀ ଓ ବୃଦ୍ଧା ମା' । ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ କାନ୍ଦି କାନ୍ଦି ଅଥୟ ହୋଇପଡ଼ିଛନ୍ତି ଆତ୍ମୀୟ ପରିଜନ । ଦେଖନ୍ତୁ ଏହି ରିପୋର୍ଟ

ମୁମ୍ବାଇରେ ଦାଦନ ଶ୍ରମିକ ନିଖୋଜ: ୮ ମାସ ହେଲାଣି ମିଳୁନି ପତ୍ତା, କାନ୍ଦି କାନ୍ଦି ଅଥୟ ସମ୍ପର୍କୀୟ
ମୁମ୍ବାଇରେ ଦାଦନ ଶ୍ରମିକ ନିଖୋଜ: ୮ ମାସ ହେଲାଣି ମିଳୁନି ପତ୍ତା, କାନ୍ଦି କାନ୍ଦି ଅଥୟ ସମ୍ପର୍କୀୟ

ନୂଆପଡା: ଦାଦନ ଶ୍ରମିକର ଦୁଃଖ ଥମିବାର ନାଁ ନେଉନାହିଁ । ଦାଦନ ଶ୍ରମିକର ହାତ କାଟିବା, ପଣବନ୍ଦୀ ରଖିବା ତ ଆଉ କେବେ ମାଡ଼ ମାରି ଅକଥନୀୟ ନିର୍ଯାତନା ଦେବା ନୂଆପଡା ଜିଲ୍ଲାର ଶ୍ରମିକଙ୍କ ପାଇଁ ନୂଆ କଥା ନୁହେଁ । ଏବେ ପୁଣି ସଙ୍ଗୀନ ଅଭିଯୋଗ ଆସିଛି । ଖଡ଼ିଆଳ ବ୍ଲକ କୋଟାମାଲ ଗାଁର ଦାଦନ ଶ୍ରମିକ ତୀର୍ଥ ଶବରକୁ ଅପହରଣ କରି ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ନିଖୋଜ ଶ୍ରମିକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି । ହେଲେ ପୋଲିସ କୌଣସି ଟେର ପାଉନଥିବା ଅଭିଯୋଗ ।

ଜିଲ୍ଲାର ଖଡ଼ିଆଳ ବ୍ଳକ ଅନ୍ତର୍ଗତ ବଣ ପାହାଡ଼ ଘେରା ଆଦିବାସୀ ବହୁଳ କୋଟାମାଲ ଗାଁ । ଗାଁରେ ବାସ କରନ୍ତି ଦାଦନ ଶ୍ରମିକ ତୀର୍ଥ ଶବର । ତାଙ୍କ ସହ ସ୍ତ୍ରୀ ଲଖମଣି ଶବର ଓ ବୃଦ୍ଧା ମାଆ ରେବତୀ ଶବର ରୁହନ୍ତି । ପିଲା ଛୁଆ କହିଲେ କେହି ନାହିଁ, କେବଳ ଭାଇ ପୁଅ ପୁତୁରା ସୁରେନ୍ଦ୍ର ଶବରଙ୍କ ସାହାଯ୍ୟ ସହଯୋଗରେ ଏହି ଦମ୍ପତି ବଞ୍ଚିଛନ୍ତି । ଶ୍ରମିକ ତୀର୍ଥ ଶବର ଗତ ୨୦୨୧ ମସିହା ଜୁନ ମାସରେ କାମଧନ୍ଦା ଅନ୍ୱେଷଣରେ ସୁଦୂର ମହାନଗରୀ ମୁମ୍ବାଇକୁ ଯାଇ ଲଖାନବିନା ମାର୍କେଟ ସେକ୍ଟର-୨ରେ ରହି ପେଣ୍ଟିଙ୍ଗ କାମ କରୁଥିଲେ । ସେଠାରେ ସାଙ୍ଗ ଶ୍ରମିକ ଦୁଖୀଶ୍ୟାମ ଗଉଡ଼ ଏବଂ ଲକ୍ଷ ଷଣ୍ଢ ମଧ୍ୟ ମିଶି ରହିଥିଲେ । କିଛିଦିନ କାମ କରିବାପରେ ହଠାତ ଏକ ଅଜଣା ନମ୍ବରରେ ଶ୍ରମିକ ତୀର୍ଥ ଶବର ସ୍ତ୍ରୀ ଲଖମଣି ପାଖକୁ ଫୋନ କରି କହିଥିଲେ, "ମୋତେ ବଞ୍ଚାଅ ମୁଁ ମରିଯିବି ମୋ ସାଙ୍ଗରେ ରହିଥିବା ଦୁଖୀଶ୍ୟାମ ଗଉଡ଼ ଏବଂ ଲକ୍ଷ ଷଣ୍ଢ ମାଡ଼ ମାରୁଛନ୍ତି ।"

ଏତିକି କହି ମୋବାଇଲ ସୁଇଜ ଅଫ ହୋଇଗଲା । ସ୍ତ୍ରୀ ଓ ପୁତୁରା ସୁରେନ୍ଦ୍ର ବାରମ୍ବାର ଫୋନ କରୁଥିଲେ ହେଲେ ତୀର୍ଥ ଶବରଙ୍କ ମୋବାଇଲ ସୁଇଜ ଅଫ କହୁଥିଲା । ଏହାପରେ ଦୀର୍ଘ ୮ ମାସ ହେବ ତୀର୍ଥ ଶବରଙ୍କ ଖୋଜ ଖବର ମିଳୁନାହିଁ । ଶ୍ରମିକଙ୍କ ସମ୍ପର୍କୀୟ ମାନେ ମହାନଗରୀ ମୁମ୍ବାଇକୁ ଯାଇ ଖୋଜାଖୋଜି କଲେ ହେଲେ ଖୋଜ ଖବର ମିଳୁନାହିଁ । ଫୋନ କଲରେ ଯେଉଁ ଦୁଇ ଜଣ ସାଥି ଶ୍ରମିକଙ୍କ ନାମ କହିଛନ୍ତି ସେମାନେ ହିଁ ମୋର ସ୍ୱାମୀକୁ ହତ୍ୟା କରିଛନ୍ତି ବୋଲି ସ୍ତ୍ରୀ ଲଖମଣି କେମେରା ସମ୍ମୁଖରେ ଅଭିଯୋଗ କରିଛନ୍ତି ।

ଘଟଣାକୁ ନେଇ ଗତ ୪ ମାର୍ଚ୍ଚ ୨୦୨୨ ଦିନ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ପୋଲିସ ମଧ୍ୟ ଟେର ପାଉନାହିଁ । ଏପଟେ ସ୍ତ୍ରୀ ଲଖମଣି ଏବଂ ବୃଦ୍ଧା ମାଆ ରେବତୀ ପୁଅ ତୀର୍ଥ ଶବରର ଫେରିବା ବାଟକୁ ଚାହିଁ ବସିଛନ୍ତି । ଦିନକୁ ଦିନ ସ୍ୱାମୀର ପତ୍ତା ମିଳୁ ନଥିବାବେଳେ, କାନ୍ଦ ବୋବାଳିରେ ଫାଟି ଯାଉଛି କୋଟାମାଲ ଗାଁ । ଆଖିରୁ ଧାର ଧାର ଲୁହ ଝରି ଯାଉଛି ।

ଏମାନେ ଅସହାୟ । ଏମାନେ ଉଚ୍ଚ ଶିକ୍ଷିତ ବି ନୁହନ୍ତି କି ଏମାନଙ୍କ ଆର୍ଥିକ ସମ୍ବଳ ମଧ୍ୟ ନାହିଁ । ଏଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କ ଦୁଃଖ ବୁଝି ନିଖୋଜ ଦାଦନ ଶ୍ରମିକଙ୍କୁ ଖୋଜି ଆଣିବା ଜରୁରୀ ହୋଇପଡ଼ିଛି ।

ଇଟିଭି ଭାରତ, ନୂଆପଡ଼ା

Last Updated : Dec 6, 2022, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.