ETV Bharat / state

ଅବହେଳିତ ଅବସ୍ଥାରେ ପ୍ରସିଦ୍ଧ ପାତାଳଗଙ୍ଗା, ପଡୁନି ସରକାରଙ୍କ ଦୃଷ୍ଟି

author img

By

Published : Dec 29, 2020, 10:32 PM IST

ପ୍ରସିଦ୍ଧ ପଶ୍ଚିମ ଓଡିଶା ନୂଆପଡା ଜିଲ୍ଲାର ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ଅବସ୍ଥାରେ ପଡିରହିଛି । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପାତାଳଗଙ୍ଗା ସ୍ଥାନ ପାଇଛି ସତ, ହେଲେ ସରକାରଙ୍କ ଅଣଦେଖା କାରଣରୁ ଆଜିବି ସଭିଙ୍କ ନଜରଆଢୁଆଳରେ..

ଅବହେଳିତ ଅବସ୍ଥାରେ ପ୍ରସିଦ୍ଧ ପାତାଳଗଙ୍ଗା
ଅବହେଳିତ ଅବସ୍ଥାରେ ପ୍ରସିଦ୍ଧ ପାତାଳଗଙ୍ଗା

ନୂଆପଡ଼ା: ପ୍ରସିଦ୍ଧ ପଶ୍ଚିମ ଓଡିଶା ନୂଆପଡା ଜିଲ୍ଲାର ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ଅବସ୍ଥାରେ ପଡିରହିଛି । ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପାତାଳଗଙ୍ଗା ସ୍ଥାନ ପାଇଛି ସତ, ହେଲେ ସରକାରଙ୍କ ଅଣଦେଖା କାରଣରୁ ଅବହେଳିତ ପ୍ରସିଦ୍ଧ ପାତାଳ ଗଙ୍ଗା । ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ହେଲେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଫେରିଯାଉଛନ୍ତି ପର୍ଯ୍ୟଟକ । କାରଣ ଏଠାରେ ଯାତ୍ରୀ ବିଶ୍ରାମଗାର, ହୋଟେଲ, ପାନ୍ଥନିବାସ କିମ୍ବା ଯାତାୟତ ପାଇଁ ବସ ଟେକ୍ସି କୌଣସି ବ୍ୟବସ୍ଥା ନାହିଁ ।

ଅବହେଳିତ ଅବସ୍ଥାରେ ପ୍ରସିଦ୍ଧ ପାତାଳ ଗଙ୍ଗା

ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 110 କିଲୋମିଟର ଦୂରରେ ଅବସ୍ଥିତ ବହୁ ପ୍ରସିଦ୍ଧ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ର। ବଣ ପାହାଡ଼ ଘେରା ପ୍ରାକୃତିକ ମନୋରମ ଦୃଶ୍ୟରେ ଶୋଭାପାଉଛି ଏହି ପାତାଳଗଙ୍ଗା । ଏଠାରେ ବହୁ ପ୍ରାଚୀନ ପୁରାତନ ମହାମୃତ୍ୟୁଞ୍ଜୟ ମନ୍ଦିରରେ ପୂଜା ପାଉଛନ୍ତି ମହାଦେବ । ସେହିଭଳି ଆଦିଶକ୍ତି ଗାୟତ୍ରୀ,ଦେବୀ ଦୁର୍ଗା, ପ୍ରଭୁ ଜଗନ୍ନାଥ, ଏବଂ ରାଧାକୃଷ୍ଣ ମନ୍ଦିରରେ ପୂଜା ପାଉଛନ୍ତି ଠାକୁର । ହେଲେ ସରକାରଙ୍କ ଅଣଦେଖା କାରଣରୁ ଭଗ୍ନ ଅବସ୍ଥାରେ ପଡି ରହିଛି ମନ୍ଦିର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି କୌଣସି ଚାକଚକ୍ୟ ନାହିଁ ଏଠାରେ । ପର୍ଯ୍ୟଟକଙ୍କ ପାଇଁ ରହିବା ପାଇଁ ପାନ୍ଥନିଵାସ, ବିଶ୍ରାମ ଗାର ଖଣ୍ଡେ ନାହିଁ । ନିକଟସ୍ଥ ବୋଡେନ ଗାଁଠାରୁ ଯାତାୟତ ପାଇଁ ବସ, କିମ୍ବା ଅଟୋର ନାହିଁ କୌଣସି ବ୍ୟବସ୍ଥା । ଫଳରେ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ଇତିହାସ ଏକ ନିଆରା । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ଭାଇ ଲକ୍ଷ୍ମଣ, ଦେବୀ ସୀତାଙ୍କ ସହ ପିତାସତ୍ୟ ପାଳନ କରି 14 ବର୍ଷ ବନବାସ ଭ୍ରମଣ କରିଥିଲେ । ସେହି ଯୁଗରେ ବୋଡେନ ବ୍ଲକ କୋଟଗାଁ ଗୁରୁଡଙ୍ଗର ଘୋର ଜଙ୍ଗଲ ଦେଇ ପ୍ରଭୁ ରାମଚନ୍ଦ୍ର ଭ୍ରମଣ କରିଯାଇଥିବା କିମ୍ବଦନ୍ତୀ ରହିଛି । ବନବାସ ସମୟରେ କୋଟଗାଁ ଜଙ୍ଗଲରେ ଦେବୀ ସୀତାଙ୍କୁ ପ୍ରବଳ ଶୋଷ ହୋଇଥିଲା । ଦେବୀ ମାଆଙ୍କ ଶୋଷ ମେଣ୍ଟାଇବା ପାଇଁ ରାମ ଲକ୍ଷ୍ମଣ ବନସ୍ତ ଯାକ ପାଣି ଖୋଜି କେଉଁଠାରେ ମଧ୍ୟ ପାଣିର ସନ୍ଧାନ ପାଇନଥିଲେ । ଶେଷରେ ପ୍ରଭୁରାମଚନ୍ଦ୍ରଙ୍କ ଆଜ୍ଞାରେ ଭ୍ରାତା ଲକ୍ଷ୍ମଣ ଭୂମିଷ୍ଠ ଉପରେ ସର ବିଦ୍ଧ କରି ପାତାଳରୁ ପାଣି ବାହାର କରି ଦେବୀ ସୀତାଙ୍କ ଶୋଷ ମେଣ୍ଟାଇଥିଲେ । ସେହିଦିନଠାରୁ ଖରା ବର୍ଷା ଶୀତ ଯୁଗଯୁଗ ଧରି ଅଦ୍ୟାବଧି ପାଣି ନିର୍ଗତ ହେଉଛି । ସେହି ପୌରାଣିକ କଥା ବସ୍ତୁରୁ ଏହି ସ୍ଥାନକୁ ପାତାଳଗଙ୍ଗା ନାମରେ ନାମିତ ହୋଇ ବହୁ ପ୍ରସିଦ୍ଧ ଲାଭ କରିପାରିଛି ପାତାଳ ଗଙ୍ଗା । ହେଲେ ସରକାରଙ୍କ ଅଣଦେଖା କାରଣରୁ ପ୍ରାଚୀନ ପୁରାତନ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ହୋଇପଡିଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.