ନୂଆପଡା: ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନରେ ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ଦିନକୁ ଦିନ ଏହି ମହାବିଦ୍ୟାଳୟର ଛାତ୍ର ଅଶାନ୍ତି ବଢିବା ସହ ଏହା ତୀବ୍ରତର ରୂପ ନେଲାଣି।
ଖବର ଅନୁଯାୟୀ, ମହାବିଦ୍ୟାଳୟ ଲାଇବ୍ରେରୀ ଅଛି ହେଲେ ପୁସ୍ତକ ନାହିଁ, ଛାତ୍ର କମନ ରୁମରେ ଟଏଲେଟ ନାହିଁ, ଶ୍ରେଣୀ କୋଠରୀରୁ ପାଣି ଗଳୁଛି, କମ୍ପ୍ୟୁଟର ଲ୍ୟାଵ ଠିକ ଭାବେ କାମକରୁ ନାହିଁ । ଏହିପରି ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର କଲେଜ ମୁଖ୍ୟ ଫାଟକ ଏବଂ ଭିତର ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଦାବି ପୂରଣ ପାଇଁ ଦୀର୍ଘ ସମୟ ଧରି ଆନ୍ଦୋଳନ କରିବାପରେ କଲେଜ ପ୍ରିନ୍ସିପାଲ ଡ଼. ହରେନ୍ଦ୍ର ପଣ୍ଡା ଘଟଣାସ୍ଥଳକୁ ଆସିଥିଲେ। ଏହାପରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ବୁଝାଇ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ତେବେ 15 ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆହୁରି ଆନ୍ଦୋଳନକୁ ଆହୁରୀ ତୀବ୍ରତର କରିବେ ବୋଲି ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ