ETV Bharat / state

ନୂଆପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶିତ - art

ଜିଲ୍ଲାର ଖଡ଼ିଆଳସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୁକ୍ତ ୩ କଳା, ବାଣିଜ୍ୟ, ଏବଂ ବିଜ୍ଞାନ ବିଭାଗର ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : May 31, 2019, 11:34 PM IST

ନୂଆପଡା: ଜିଲ୍ଲାର ଖଡିଆଳ ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷାଫଳ ପ୍ରକାଶ ପାଇଛି । ରବିବାର ନୂଆପଡା ଜିଲ୍ଲାର ଏକମାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୁକ୍ତ ୩ କଳା, ବାଣିଜ୍ୟ, ଏବଂ ବିଜ୍ଞାନ ବିଭାଗର ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଫଳାଫଳ ବେଶ ଅଗ୍ରଗତି କରିଥିବା କଲେଜ ଅଧ୍ୟକ୍ଷ ଡ଼. ହରେନ୍ଦ୍ର ପଣ୍ଡା କହିଛନ୍ତି । କଳା, ବିଜ୍ଞାନ, ଏବଂ ବାଣିଜ୍ୟ ବିଭାଗର ସମୁଦାୟ 371 ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ 292 ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ଚଳିତ ବର୍ଷ ଯୁକ୍ତ ୩ କଳାରେ ୮ ଜଣ, ବିଜ୍ଞାନରେ ୫ ଜଣ, ଏବଂ ବାଣିଜ୍ୟରେ ଜଣେ ଟପର ହୋଇ କଲେଜର ନାମ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ତେବେ ଏହି ଅବସରରେ ମୁଖ୍ୟଅତିଥି ଭାବରେ ଉଚ୍ଚ ଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ମାନଶ ପୁଜାରୀ, ସମ୍ମାନିତ ଅତିଥି ଭାବରେ କଲେଜ ଚ୍ୟାୟରମ୍ୟାନ ଡ଼. ଫଣିନ୍ଦମ ସିଂ ଦେଓ, କଲେଜ ଅଧ୍ୟକ୍ଷ ଡ଼. ହରେନ୍ଦ୍ର ପଣ୍ଡା ଏବଂ ସମସ୍ତ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଏବଂ ପ୍ରଫେସର ଯୋଗଦେଇଥିଲେ ।

ନୂଆପଡାରୁ ମୋତିଲାଲ୍ ବାଗ, ଇଟିଭି ଭାରତ

ରାଜଧାନିରେ ଭୋଟ ଗଣତି ନେଇ ଚୁଡାନ୍ତ ପ୍ରସ୍ତୁତି

ଆସନ୍ତା କାଲି ହେବ ଚଳିତ ସାଧାରଣ ନିର୍ବାଚନର ଭୋଟ ଗଣତି। ଏନେଇ ରାଜଧାନୀର ବିଜେବି କଲେଜ ଆର୍ଟସ ବ୍ଲକରେ ହୋଇଛି ଗଣତି ପାଇଁ ବ୍ଯବସ୍ଥା। ଭୁବନେଶ୍ବରର ୫ଟି ବିଧାନସଭା କ୍ଷେତ୍ର ଓ ୧ଟିଏ ଲୋକସଭା କ୍ଷେତ୍ରର ହେବ ଗଣତି। ସକାଳ ୬ଟା ୩୦ ହେବ ଗଣତି ପ୍ରକ୍ରିୟା। ପ୍ରଥମେ ୮ଟାରେ ଇଲୋକ୍ଟ୍ରନିକ ପୋଷ୍ଟାଲ ବାଲାଟ ଗଣତି ହେବ ପରେ ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ କରାଯିବ। ଏଥିପାଇଁ ଭୁବନେଶ୍ବରର ୫ଟି ବିଧାନ ସଭା କ୍ଷେତ୍ର ପାଇଁ ୫ଟି ହଲରେ ଗଣତିନପାଇଁ ବ୍ଯବସ୍ଥା ହୋଇଛି । ପ୍ରତ୍ଯକ ହଲରେ ୧୦ଟି ଟେବୁଲରେ ବିଧାନସଭା ପାଇଁ ଏବଂ ୧୦ ଟି ଟେବୁଲରେ ଲୋକସଭା ପାଇଁ ଭୋଟ ଗଣତି କରାଯିବ। ତା ସହିତ ରିଟର୍ଣିଂ ଅଫିସର ପାଇଁ ଗୋଟିଏ ଟେବୁଲ,ଅବଜରଭରଙ୍କ ପାଇଁ ଗୋଟିଏ ଟେବୁଲ,ଏବଂ ଡାଟା ଏଣ୍ଟ୍ପି ପାଇଁ ୨ଟି ଟେବୁଲର ବ୍ଯବସ୍ଥା ହୋଇଛି। ଗଣତି ହଲରେ ୪ଟନର ଏସିର ବ୍ଯବସ୍ଥା ସହ ସିସିଟିଭି ର ବ୍ଯବସ୍ଥା ହୋଇଛି। ଷ୍ଟ୍ରଙ୍ଗ ରୁମରୁ ଇଭିଏମ ଗଣତି ହଲକୁ ନେବା ଆଣିବା ପାଇଁ ଭିଡିଓ ନଜରରେ,ପୋଲିସ ଓ ଜିଲ୍ଲା ପ୍ରଶାସନର ଅଫିସରଙ୍କ ଉପସ୍ଥିତିରେ  ମୁଭମେଣ୍ଟ ହେବ।ଗଣତି ହଲର ବାହାରେ ୧୬ଟି ସିସିଟିଭି ରହିବ। ସାଧାରଣ ଲୋକ ଓ ପାର୍ଟି କର୍ମିଙ୍କ ପାଇଁ ରେଜଲ୍ଟ ଅପଡେଟ ପାଇଁ ମାଇକ ଜରିଆରେ ଅବଗତ ସହ ଏଲଇଡି ସ୍କ୍ରିନ ଜରିଆରେ ସୁଚନା ପାଇଁ ବ୍ଯବସ୍ଥା ପାଇଁ ଯୋଜନା ଚଳାଇଛନ୍ତି ଜିଲ୍ଲା ପ୍ରଶାସନ। ଗଣତି ପାଇଁ ତ୍ରିସ୍ତରିୟ ସୁରକ୍ଷା ବ୍ଯବସ୍ଥା ସହ ପାଖାପାଖି ୬୦୦ ପୋଲିସ କର୍ମଚାରି ଉପସ୍ଥିତ ରହିବେ। ତେବେ ସାମ୍ପଲ କାଉଣ୍ଟି ପାଇଁ ପ୍ରତ୍ଯକ ବିଧାନ ସଭା କ୍ଷେତ୍ରର ବିଧାନସଭାର ୫ଟି ଇଭିଏମ ସହ ୫ଟି ଭିଭିପାଟର ଗଣତି ତାଳମେଳ କରାଯିବସେହିପରି ଲୋକସଭା ର ୫ଟି ଇଭିଏମ ସହ ୫ଟି ଭିଭିପାଟର ଭୋଟ ତାଳମେଳ କରାଯିବ। 
ବାଇଟ-ସୁଭେନ୍ଦୁ ସାହୁ,ସବ କଲେକ୍ଟର ଖୋର୍ଦା।
ଭିଜୁଆଲ ବାଇଟ ହ୍ବାଟସପରେ ଗଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.