ETV Bharat / state

ରାଜ୍ୟରେ ମିଳୁନି ମାନ୍ୟତା, ପଡୋଶୀ ରାଜ୍ୟ ପ୍ରେମରେ ବିରଳ ଜନଜାତିି

author img

By

Published : Jan 23, 2020, 12:28 PM IST

ନୂଆପଡା ଜିଲ୍ଲା ଦୁର୍ଗମ ପାଟଦରା, କାଟଫେର ଗାଁରେ ରୁହନ୍ତି ଆଦିମ ଜନଜାତି ପହରିଆ ଡଙ୍ଗରିଆ ସମ୍ପ୍ରଦାୟର ଲୋକେ। ମୌଳିକ ସୁବିଧା ଏଠି ସାତସପନ । ଛତିଶଗଡ ସବୁ ଦେଉଛି, ହେଲେ ଓଡିଶା ପଚାରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...

Nuapada tribal community
ବିରଳ ଜନଜାତି ହେଲେ ବି ମିଳୁନି ମାନ୍ୟତା

ନୂଆପଡା: ଜୀବନର ଦୋଛକିରେ ନୂଆପଡାର ଆଦିମ ଜନଜାତି ପହରିଆ ଡଙ୍ଗରିଆ ସମ୍ପ୍ରଦାୟର ଲୋକେ। ଏମାନଙ୍କୁ ପଡୋଶୀ ଛତିଶଗଡ ସରକାର ଆଦିବାସୀ ମାନ୍ୟତା ଦେଇ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିଥିବାବେଳେ, ଓଡିଶାରେ ଏହି ଆଦିମ ଜନଜାତି ସମ୍ପ୍ରଦାୟକୁ ଓବିସି ଶ୍ରେଣୀରେ ସାମିଲ କରାଯାଇଛି ସତ । କିନ୍ତୁ ସରକାରୀ ଯୋଜନାରୁ ଏମାନେ ମାଇଲ ମାଇଲ ଦୂରରେ ।

ବିରଳ ଜନଜାତି ହେଲେ ବି ମିଳୁନି ମାନ୍ୟତା

ନୂଆପଡା ପହରିଆ ସମ୍ପ୍ରଦାୟର ଝିଅ ଛତିଶଗଡ ରାଜ୍ୟରେ ବିବାହ ହେଲେ ସ୍ବାମୀଙ୍କ ପରିଚୟରେ ଆଦିବାସୀ ହୋଇ ସରକାରୀ ଯୋଜନାର ଭରପୁର ଲାଭ ଉଠାଉଛି । ସେହିଭଳି ଛତିଶଗଡ ରାଜ୍ୟର ଝିଅ ଓଡିଶାରେ ବିବାହ ହେଲେ ଓଡିଆ ସ୍ଵାମୀଙ୍କ ପରିଚୟରେ OBCରେ ଅନ୍ତର୍ଭୁକ୍ତ ହୋଇ ସରକାରୀ ଯୋଜନାରୁ ବହୁଦୂରରେ । ଛତିଶଗଡ ଝିଅଙ୍କ ପାଠପଢା ସାର୍ଟିଫିକେଟ ST ଥିଲେ ମଧ୍ୟ ଓଡିଶାରେ ଅକାମି ହୋଇ କାର୍ଯ୍ୟରେ ଲାଗୁନାହିଁ । ଏଭଳି ତାରତମ୍ୟ ଦେଖାଦେଇଛି ନୂଆପଡା ଜିଲ୍ଲା ଦୁର୍ଗମ ପାଟଦରା, କାଟଫେର ଗାଁରେ। ସମୁଦ୍ର ପତନ ଠାରୁ 3 ହଜାର ବର୍ଗ ଫୁଟ ଉଚ ପର୍ବତମାଳାରେ ଅବସ୍ଥିତ ଏହି ଜନଜାତିଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡିଛି। ସରକାର ଆଦିବାସୀ ମାନ୍ୟତା ନଦେଲେ ଓଡିଶା ଛାଡି ଛତିଶଗଡ ରାଜ୍ୟକୁ ପଳାୟନ କରିବେ ବୋଲି ଏମାନେ ଚେତାବନୀ ଦେଇଛନ୍ତି ।

ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାଣି ସବୁ କିଛି ଏଠି ଯେମିତି ସାତସପନ । ମାଓବାଦୀ ଭୟରେ କୌଣସି ବିକାଶ ହୋଇନାହିଁ । ବାଉଁଶରେ ଘରକରଣା ସାମଗ୍ରୀ ତିଆରି କରି ତାକୁ ନିକଟସ୍ଥ ହାଟରେ ବିକ୍ରି କରି ପରିବାର ପୋଷନ୍ତି ଏମାନେ । ପ୍ରାଥମିକ ବିଦ୍ୟାଳୟ ଅଛି, ହେଲେ ମାସ ମାସ ଧରି ଶିକ୍ଷକ ଯାଆନ୍ତି ନାହିଁ । ଯାହାଫଳରେ ପିଲା ଠାରୁ ବୁଢା ସମସ୍ତେ ନିରକ୍ଷର ଜୀବନ ବଞ୍ଚିଛନ୍ତି । ଏଭଳି ତମାମ ସମସ୍ୟା ଭିତରେ ଦହଗଞ୍ଜ ଏହି ନୀରିହ ଜନଜାତିର ଜୀବନଜୀବିକା । ଓଡିଶାର ସରକାରଙ୍କ ଉଦାଶୀନତା ଓ ଛତିଶଗଡର ପ୍ରୋତ୍ସାହନ ଦେଖି ଏବେ ରାଜ୍ୟ ଛାଡିବାକୁ ମନୋବଳାଇଲେଣି ଏମାନେ। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ କଣ ରହିବ ପଦକ୍ଷେପ, ମତାମତ ଆପଣଙ୍କର ...

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.