ETV Bharat / state

ନୂଆ ମୋଟର ଯାନ ନିୟମ; ଫାଇନ ନୁହେଁ ସଚେତନ କରୁଛି ନୂଆପଡା ପୋଲିସ

author img

By

Published : Sep 16, 2019, 5:32 PM IST

ନୂତନ ଆରଟିଓ ନିୟମକୁ ନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଟ୍ରାଫିକ ନିୟମ ମାନି ଚଳିବା ସହ ବିଭିନ୍ନ ନିୟମ ଉପରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି ନୂଆପଡା

ନୂଆପଡା: ସଡକ ସୁରକ୍ଷା ଜୀବନ ରକ୍ଷା । ଏହାସହ ନୂତନ ମୋଟର ଯାନ ନିୟମ ଆସିବା ପରଠୁ ଆରଟିଓ କାର୍ଯ୍ୟାଳୟରେ ନାହିଁନଥିବା ଭିଡ। ତେବେ ନୂତନ ଆରଟିଓ ନିୟମକୁ ନେଇ ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ନୂଆପଡା

ଏହି ଶୋଭାଯାତ୍ରାରେ ଖଡ଼ିଆଳ ଓକିଲ ସଂଘ, ବଣିକ ସଂଘ, ଜିଲ୍ଲାପ୍ରେସ କ୍ଲବ, ଜିଲ୍ଲା ସାମ୍ବାଦିକ ସଂଘ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମେ ଶୋଭାଯାତ୍ରା ସ୍ଥାନୀୟ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରୁ ବାହାରି ଥାନା ଛକଦେଇ ବ୍ଲକ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ପ୍ଲାକାର୍ଡ , ବ୍ୟାନର, ପୋଷ୍ଟର ,ଡ଼ାକବାଜି ଯନ୍ତ୍ର ଜରିଆରେ ନୂତନ ମୋଟର ଯାନ ନିୟମ ଉପରେ ଲୋକଙ୍କୁ ସଚେତନ କରାଯାଇଛି ।

ଏହାସହ ହେଲମେଟ ପିନ୍ଧିବା, ମଦପିଇ ଗାଡି ଚଳାଇବାନାହିଁ, ସିଟବେଲ୍ଟ ଲଗାଇ ଡ୍ରାଇଭିଂ କରିବା, ଗାଡି ଚଳାଉଥିବାବେଳେ ମୋବାଇଲ ଫୋନ ବ୍ୟବହାର କରିବାନାହିଁ, ବାଇକରେ ଦୁଇଜଣରୁ ଅଧିକ ବସିବାନାହିଁ, ଟ୍ରାଫିକ ନିୟମ ମାନିଚଳିବା ଆଦି ଭିନ୍ନ ନିୟମ ଉପରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ସହରର ଶତାଧିକ ଜନସାଧାରଣ ସାମିଲ ହୋଇଥିବା ବେଳେ ସହରବାସୀ ଖଡ଼ିଆଳ ପୋଲିସର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ପୋଲିସ ପକ୍ଷରୁ ସଡକ ସୁରକ୍ଷା ଜୀବନ ରକ୍ଷା ବା ନୂତନ ଆର ଟି ଓ ନିୟମ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରାରେ ଖଡ଼ିଆଳ ଓକିଲ ସଂଘ, ବଣିକ ସଂଘ, ଜ଼ୀଲ୍ଲାପ୍ରେସ କ୍ଲବ, ଜ଼ୀଲ୍ଲା ସାମ୍ବାଦିକ ସଂଘ, ଜର୍ଣ୍ଣାଲିଷ୍ଟ ଏଶୋସେସନ ବିଭିନ୍ନ ବିଦ୍ୟାଳୟ ର ଏନ ସି ସି , ସ୍କାଉଟ ଗାଇଟ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମେ ଶୋଭାଯାତ୍ରା ସ୍ଥାନୀୟ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରୁ ବାହାରି ଥାନା ଛକଦେଇ ବ୍ଲକ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ପ୍ଲାକାର୍ଡ , ବେନର, ପୋଷ୍ଟର ,ଡ଼ାକବାଜି ଯନ୍ତ୍ର ଜରିଆରେ ନୂତନ ମୋଟର ଜାନ ନିୟମ ଉପରେ ଲୋକଙ୍କୁ ସଚେତନ କରାଯାଇଛି । ହେଲମେଟ ପିନ୍ଧିବା, ମଦପିଇ ଗାଡିଚଲାଇବାନାହିଁ, ସିଲଟବେଲ୍ଟ ଲଗାଇ ଡ୍ରାଇଭିଂ କରିବା, ଗାଡି ଚଳାଉଥିବାବେଳେ ମୋବାଇଲ ଫୋନ ବ୍ୟବହାର କରିବାନାହିଁ, ବାଇକ ରେ ଦୁଇଜଣରୁ ଅଧିକ ବସିବାନାହିଁ, ଟ୍ରାଫିକ ନିୟମ ମାନିଚଳିବା ଆଦି ଭିନ୍ନୟ ନିୟମ ଉପରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ସହର ର ଶତାଧିକ ଜନସାଧାରଣ ସାମିଲ ହୋଇଥିବା ବେଳେ ସହର ବାସୀ ଖଡ଼ିଆଳ ପୋଲିସ ର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।
byte-ବିରଞ୍ଚି ନାରାୟଣ ଦେହୁରୀ(sdpo khadial)Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.