ETV Bharat / state

ନୂଆପଡାରେ ମାଓପୋଷ୍ଟର, ଭୋଟ ବର୍ଜନ ପାଇଁ ଆହ୍ବାନ - ନୂଆପଡା

ନୂଆପଡା ଜିଲ୍ଲା ସଦର ମହକୁମାସ୍ଥିତ ଟାନୱାଟ ଛକ ନିକଟରେ ସିପିଆଇ ମାଓ ସଂଗଠନ ପକ୍ଷରୁ ଧମକ ପୂର୍ଣ୍ଣ ମାଓ ପୋଷ୍ଟର ଦେଖାଦେଇଛି । ମାଓବାଦୀଙ୍କ ଏଭଳି କାର୍ଯ୍ୟକଳାପ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଦେଖାଦେଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : Mar 23, 2019, 10:33 PM IST

ନୂଆପଡା: ନିର୍ବାଚନ ପୂର୍ବରୁ ନୂଆପଡାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ସିପିଆଇ ମାଓ ସଂଗଠନ ପକ୍ଷରୁ ଟାନୱାଟ୍ ଛକ ନିକଟରେ ଏହି ପୋଷ୍ଟର ଲାଗିଛି । ଆସନ୍ତା ନିର୍ବାଚନକୁ ବର୍ଜନ କରିବାକୁ ଏଥିରେ ଉଲ୍ଲେଖ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର ପରେ ଜନସାଧାରଣଙ୍କମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛି ମାଓ ସଂଗଠନ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପୋଷ୍ଟର ଜରିଆରେ ନିଜର ଉପସ୍ଥିତିକୁ ଜାହିର କରିଛନ୍ତି ମାଓବାଦୀ । ଖବର ପାଇ ପୋଲିସ ଓ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ମାଓ ପ୍ରବଣ ଇଲାକା ଛାଡି ନୂଆପଡା ସଦରସ୍ଥିତ ଟାନୱାଟ ଛକରେ ପୋଷ୍ଟର ଲାଗିଥିବାରୁ ପୋଲିସର ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେବେ ଆଗକୁ ନିର୍ବାଚନ ଥିବାରୁ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଉଥିବାବେଳେ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.