ETV Bharat / state

ଆରମ୍ଭ ହେଲାଣି ବର୍ଷା, ମଣ୍ଡିରୁ ଉଠିନି ଧାନ - Nuapada

ମୌସୁମୀ ଆସୁ ଆସୁ ମାଡ ଖାଇଲା ଚାଷୀଙ୍କ ଫସଲ । ମଣ୍ଡିରେ ପଡି ପଡି ହୋଇଗଲାଣି ଗଜା । ନା ବିକ୍ରି ହେଉଛି ନା ଦେଖାଦେଉଛନ୍ତି ମିର୍ଲର । ଫଳରେ ଆଗକୁ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଚାଷୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା
author img

By

Published : Jun 23, 2019, 3:26 PM IST

ନୂଆପଡ଼ା: ଖରା ହେଉ କିମ୍ବା ବର୍ଷା ଧାନ ମଣ୍ଡିରୁ ଖାଲି ହେଉନି ଧାନ । ଫଳରେ ବାଜିରେ ଲାଗିଛି ଚାଷୀଙ୍କ ଅମଳ । ପ୍ରାକ ମୌସୁମୀ ବର୍ଷାରେ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଲସଦା ଧାନମଣ୍ଡିରେ ଗଜା ହେବାରେ ଲାଗିଛି ବସ୍ତାବସ୍ତା ଧାନ । ପାଖାପାଖି 4 ହଜାରୁ ଊର୍ଦ୍ଧ୍ବ ଫସଲ ନଷ୍ଟ ହୋଇଥିବା ବେଳେ ଋଣ ବୋଝକୁ ନେଇ ଚାଷୀଙ୍କୁ ଏବେ ଚିନ୍ତା ଘାରିଛି ।

ସେପଟେ ନିଜ ଅମଳକୁ ସମ୍ଭାଳିବାରେ ଲାଗିଛନ୍ତି ଚାଷୀ । କିଏ ପଲିଥିନ ଢାଙ୍କି ନିଜ ପରିଶ୍ରମର ଧନକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ତ କିଏ ପାଣି କାଢିବାରେ ଲାଗିଛି । ଏମିତି ଦୀର୍ଘ 15 ଦିନ ଧାନମଣ୍ଡିରେ 35 ଜଣ ଚାଷୀ ଅହୋରାତ୍ର ପହରା ଦେଉଛନ୍ତି । କିନ୍ତୁ ବିକ୍ରି ହୋଇପାରୁ ନାହିଁ ଧାନ । ମଣ୍ଡିକୁ ମିର୍ଲର, ଖଇରା ସମବାୟ ସମିତି(ପେକ୍ସ) କିମ୍ବା ଆରଏମସିଙ୍କ ଦେଖାନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ଜିଲ୍ଲାର ମାଣ୍ଡୋବିର୍ଲି, ଡମଝର, ଋଣିବସା ଗାଁର ଚାଷୀମାନେ ଧାନ ବିକ୍ରି ପାଇଁ ପଲସଦା ମଣ୍ଡିକୁ ଆସିଥିଲେ । ବହୁ ବ୍ୟାଙ୍କ, ସାହୁକାରଙ୍କ ଠାରୁ ଋଣ କରି ପରିଶ୍ରମରେ ଅମଳ କରିଥିଲେ ଚାଷୀ । କିନ୍ତୁ ସମସ୍ତ ଫସଲ ଏବେ ବତୁରିବାରେ ଲାଗିଛି । ଆଉ ଯଦି ମିଲର୍ସ ଆସିଛନ୍ତି, ତେବେ କଟନୀଛଟନୀର ବି ଭୟ ରହୁଛି ।

ସରକାର ଖଇରା ସମବାୟ ସମିତିକୁ ୧୬ ହଜାର କ୍ବିଣ୍ଟାଲ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଦେଇଥିଲେ । ମାତ୍ର ବିକ୍ରି ହୋଇଛି ୭ ହଜାର କ୍ବିଣ୍ଟାଲ ଧାନ । ତେଣୁ ଗୋଟିଏ ପଟେ ଚାଷୀ ଧାନ ଉଠାଇବାକୁ ଅଡି ବସିଥିବାବେଳେ ତୁରନ୍ତ ଧାନ ଉଠାଇବାକୁ ପ୍ରତିଶୃତି ଦେଇଛନ୍ତି ଖଇରା ସମବାୟ ସମିତିର ସଭାପତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.