ETV Bharat / state

ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟ

ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ବରଗାଁ ଅଞ୍ଚଳରେ ବଡ ଧରଣର ଲୁଟ । ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ 7 ଲକ୍ଷ 50 ହଜାର ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ବହୁମୂଲ୍ୟ ସୁନା ଗହଣା ଲୁଟ

author img

By

Published : Feb 2, 2021, 7:08 PM IST

ନୂଆପଡା: ରାତି ଅଧିରେ ସଶସ୍ତ୍ର ଡକାୟତି । ନୂଆପଡା ଜିଲ୍ଲା ଖଡିଆଳ ଥାନା ଅନ୍ତର୍ଗତ ବରଗାଁ ଅଞ୍ଚଳରେ ସୋମବାର ମଧ୍ୟରାତ୍ରିରେ ଘଟିଛି ଏହି ଡକାୟତି । ଉକ୍ତ ଗାଁର ସତ୍ୟପ୍ରିୟ ମୁଣ୍ଡ ନାମକ ଜଣେ ବ୍ୟକ୍ତିଙ୍କ ଘରେ କିଛି ଦୁର୍ବୃତ୍ତ ପଶି ତାଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନାଗହଣା, 7 ଲକ୍ଷ 50 ହଜାର ଟଙ୍କା ଏବଂ 4ଟି ମୋବାଇଲ ଫୋନ ଲୁଟି ଚମ୍ପଟ ମାରିଛନ୍ତି । ଖବର ପାଇ ଖଡିଆଳ ଏସଡିପିଓ ଏବଂ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ସହ ବହୁମୂଲ୍ୟ ସୁନା ଗହଣା ଲୁଟ

ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ 1ଟା 45 ମିନିଟ ସମୟରେ କିଛି ସଶସ୍ତ୍ର ଡକାୟତ ସତ୍ୟପ୍ରିୟ ମୁଣ୍ଡଙ୍କ ବାସଭବନରେ ପଶି ଲୁଟ ଉଦ୍ୟମ କରିଥିଲେ । ପ୍ରଥମେ ଘର ବାରି ପଛପଟେ ଥିବା ଗେଟକୁ ଭାଙ୍ଗି ଘର ଭିତରକୁ ଧସେଇ ପଶିଥିଲେ । ଏହି ସମୟରେ ସେ ସତ୍ୟପ୍ରିୟଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କ ହାତରେ ଶକ୍ତ ଆଘାତ ଲାଗିଛି । ଏହାପରେ ପାଖାପାଖି ଅଧଘଣ୍ଟା ଧରି ସେ ଲୁଟ କରିଥିବା ସତ୍ୟପ୍ରିୟଙ୍କ ପତ୍ନୀ ସୂଚନା ଦେଇଛନ୍ତି ।

ଲୁଟ ସାମଗ୍ରୀ ମଧ୍ୟରେ 3ଟି ସୁନାହାର, 4ଟି ଚେନ, ଦୁଇ ହଳ କାନଫୁଲ, ପିଲାଙ୍କ ଚେନ ବାଲା, ମଙ୍ଗଳସୂତ୍ର ଭଳି ପ୍ରାୟ 20 ଭରିରୁ ଊର୍ଦ୍ଧ୍ବ ସୁନାଗହଣା ରହିଛି । ଏହାସହ 4ଟି ମୋବାଇଲ ଫୋନ, ସିସିଟିଭି ମେସିନ ସମେତ 7 ଲକ୍ଷ 50 ହଜାର ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.