ନୂଆପଡାରୁ: ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ସୋମବାର ମଧ୍ୟ ରାତ୍ରିରେ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଦେହାନ୍ତ ହୋଇଥିଲା । ତାଙ୍କ ପୈତୃକ ଗ୍ରାମ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନିଜ ଜନ୍ମ ସ୍ଥାନ ବୁଏର ଗାଁ ମଶାଣିରେ ଅନ୍ତିମ ସଂସ୍କାର କରାଯାଇଛି । ଏହି ଅବସରରେ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ତାଙ୍କ ଅନୁଗାମୀ ସମର୍ଥକ ବନ୍ଧୁ ବାନ୍ଧବଙ୍କ ବୁଏରଗାଁକୁ ସୁଅ ଛୁଟିଥିଲା ।
ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ବାହାର କରି ବୁଏର ଗାଁ ବୋଡେ଼ନ ପରିକ୍ରମା କରି ମଶାଣିରେ ପହଞ୍ଚିଛି । ତାଙ୍କ ବଡ଼ପୁଅ ମୁଖାଗ୍ନୀ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ପୂର୍ବତନ ଖଡ଼ିଆଳ ବିଧାୟକ ହିତେଶ କୁମାର ବଗର୍ତ୍ତି, ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, କୃଷକ ନେତା ଯଦୁମଣି ପାଣିଗ୍ରାହୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅନ୍ତିମ ଦର୍ଶନ କରିଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ