ETV Bharat / state

ସୁନାବେଡା ଅଭୟାରଣ୍ୟବାସୀଙ୍କ ସହ ଆଲୋଚନା କଲେ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ - Kisan Mazdoor Sangram Parishad leader in sunabedha

ସୁନାବେଡା ଅଭୟାରଣ୍ୟବାସୀଙ୍କ ସହ ଆଲୋଚନା କଲେ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ । ଅଧିକ ପଢନ୍ତୁ...

ସୁନାବେଢା ଅଭୟାରଣ୍ୟବାସୀଙ୍କ ସହ ଆଲୋଚନା କଲେ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ

author img

By

Published : Mar 21, 2021, 10:33 PM IST

ନୂଆପଡା: ବିଛିନ୍ନାଞ୍ଚଳ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟରେ ଲୋକେ ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଏକାଧିକ ମୌଳିକ ଅଧିକାର ପାଉନଥିବା ଦୀର୍ଘବର୍ଷ ଧରି ଅଭିଯୋଗ କରି ଆସୁଛନ୍ତି । ଅଭୟାରଣ୍ୟବାସୀଙ୍କ ଅଭିଯୋଗକୁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉନଥିବା ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଯାହାଫଳରେ ଆଗାମୀ ଦିନରେ ଓଡିଶା ଛାଡି ଛତିଶଗଡ଼ ରାଜ୍ୟରେ ସାମିଲ ହେବାକୁ ଯୋଜନା କରୁଛନ୍ତି ଅଭୟାରଣ୍ୟ ବାସୀ ।

ସୁନାବେଢା ଅଭୟାରଣ୍ୟବାସୀଙ୍କ ସହ ଆଲୋଚନା କଲେ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ

ଏହି ଖବର ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ଅଭୟାରଣ୍ୟ ଲୋକଙ୍କୁ ବୁଝାଇବା ପାଇଁ ଆଜି ନୂଆପଡା ଜିଲ୍ଲା ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀ ଅଭୟାରଣ୍ୟକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ବିଷଦ ଆଲୋଚନା କରିଛନ୍ତି । ଅଭୟାରଣ୍ୟ ଲୋକଙ୍କ ସମସ୍ୟା ଓ ତାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଯଦୁମଣି । ଅପରପକ୍ଷେ ଅଭୟାରଣ୍ୟ ଲୋକ ତାଙ୍କର କଣ ସମସ୍ୟା ରହିଛି ଏପର୍ଯ୍ୟନ୍ତ ନୂଆପଡା ଜିଲ୍ଲାପାଳଙ୍କୁ ଜଣାଇନଥିବା ଜିଲ୍ଲାପାଳ ସ୍ବାଧାଦେବ ସିଂ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.