ETV Bharat / state

ଗୀତରେ ସଚେତନତା ବାର୍ତ୍ତା ଦେଲେ ଖଡ଼ିଆଳ ଆଇଆଇସି

ଖଡ଼ିଆଳ ପୋଲିସର ଅଭିନବ ପ୍ରୟାସ । ମହାମାରୀ କୋରୋନାକୁ ନେଇ ବର୍ଣ୍ଣିତ ଗୀତ ଗାଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଖଡ଼ିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠୀ । ଅଧିକ ପଢନ୍ତୁ...

ସଙ୍ଗୀତରେ ସଚେତନତାର ବାର୍ତ୍ତା ଦେଲେ ଖଡ଼ିଆଳ ଆଇଆଇସି

author img

By

Published : Apr 25, 2020, 12:07 PM IST

ନୂଆପଡା: କୋରୋନା ସଙ୍କଟ ମଧ୍ୟରେ ଖଡ଼ିଆଳ ପୋଲିସର ଅଭିନବ ପ୍ରୟାସ । ସୁମଧୁର ସଙ୍ଗୀତର ମୂର୍ଚ୍ଛନାରେ ପୋଲିସ ଦେଉଛି ସଚେତନତାର ବାର୍ତ୍ତା । ମହାମାରୀ କୋରୋନାକୁ ନେଇ ବର୍ଣ୍ଣିତ ଗୀତ ଗାଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଖଡ଼ିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠୀ ।

ସଙ୍ଗୀତରେ ସଚେତନତାର ବାର୍ତ୍ତା ଦେଲେ ଖଡ଼ିଆଳ ଆଇଆଇସି

ସାରା ଦେଶରେ ଲାଗି ରହିଛି କୋରୋନା ସଙ୍କଟ । ଓଡିଶାରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ପଡିଛି । ସଂକ୍ରମଣ ରୋକିବାକୁ ଲକଡାଉନ ଲାଗୁ କରିଛନ୍ତି ସରକାର। 'ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ' ଭଳି ଅନେକ ସଚେତନତାର ସ୍ଲୋଗାନ ଦିଆଯାଉଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ପୋଲିସ ପ୍ରଶାସନ, ମେଡ଼ିକାଲ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଦାୟିତ୍ବ ଆହୁରି ବଢିଯାଇଛି । ବିପଦର ସମ୍ମୁଖୀନ ହୋଇ ସମସ୍ତେ କର୍ତ୍ତବ୍ୟ ପରାୟଣ । ତାଥାପି କେତେକ ଅମାନିୟ ସରକାରଙ୍କ ଲକଡାଉନ ନିୟମକୁ ପାଳନ କରିବାକୁ ନାରାଜ । ଏହିସବୁ ଘଟଣାକୁ ଦୃଷ୍ଟିରେ ରଖି ଧମକ ଚମକ ନାଳିଆଖି ବଦଳରେ ସୁମଧୁର ସଙ୍ଗୀତର ତାଳେତାଳ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଥିବା ଇଟିଭି ଭାରତ ସ୍ବତନ୍ତ୍ର ସାକ୍ଷାତକାରରେ ଖଡ଼ିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠୀ କହିଛନ୍ତି ।

ଏହି ସଙ୍ଗୀତ ଶୁଣି ଲୋକେ ସଚେତନ ହେବା ସହ ମାସ୍କ ପିନ୍ଧିବେ, ଘରେ ରହିବେ, ସାହବୁନରେ ହାତ ଧୋଇବେ ବୋଲି ଆଶା କରିଛନ୍ତି ଆଇଆଇସି କୈଳାଶ । ତେବେ ଖଡିଆଳ ପୋଲିସ ଆଇଆଇସିଙ୍କ ଏଭଳି ପ୍ରୟାସକୁ ପ୍ରଂଶସା କରିଛନ୍ତି ଜନସାଧାରଣ ।

ନୂଆପଡିରୁ ମେତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.