ନୂଆପଡା: ଜିଲ୍ଲା ବୋଡେ଼ନ, ଖଡ଼ିଆଳ, ସିନାପାଲି ବ୍ଲକର ବିଭିନ୍ନ ଧାନମଣ୍ଡିକୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଗ୍ରସ୍ତ କରିଛନ୍ତି । ଚାଷୀଙ୍କ ସହ ବିଭିନ୍ନ ଆଲୋଚନା କରିବା ସହ ମଣ୍ଡି ସମସ୍ୟା ଉପରେ ପଚାରି ବୁଝିଛନ୍ତି ସାଂସଦ ।
ଏହିସମୟରେ ସାଂସଦ ଡ଼ମଝର, ବୋଡେ଼ନ, କରଙ୍ଗାମାଲ, ଅନକାପୁର, ଗମ୍ଭାରୀଗୁଡା, ଡୁଆଝର, ନେହେନା ଧାନମଣ୍ଡି ବୁଲି ଦେଖିଛନ୍ତି । ସବୁ ଧାନମଣ୍ଡିରେ ଦୀର୍ଘଦିନରୁ ହଜାର ହଜାର ଧାନବସ୍ତା ପଡିଥିବା ଦେଖି କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଉଦବେଗ ପ୍ରକାଶ କରିଛନ୍ତି । ମଣ୍ଡିଗୁଡିକରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ଯଥା 6, 7 କିଲୋଗ୍ରାମ କଟନି ଛଟନୀ, ଚାଷୀ ପ୍ରତି ମିଲର୍ସଙ୍କ ଦୁର୍ବ୍ୟବହାର, ମିଲର୍ସ ରାଜୁତି ଉପରେ ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ସମସ୍ୟା ଓ ତାର ସମାଧାନ ଦିଗରେ ଭାରତୀୟ ଜନତା ପାର୍ଟି ଆସନ୍ତା 9 ତାରିଖ ଦିନ ନୂଆପଡା ଜିଲ୍ଲାପାଳଙ୍କୁ ଅବଗତ କରିବ ବୋଲି କଳାହାଣ୍ଡି ସାଂସଦ ଚାଷୀଙ୍କୁ ପ୍ରତିଶୃତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ