ETV Bharat / state

ମାଲିକଙ୍କ ଅକଲ ଗୁଡ଼ୁମ, ବଗିଚାରୁ ଚୋରି ହୋଇଗଲା ଲକ୍ଷେ ଟଙ୍କିଆ ଆମ୍ବ - ବିରଳ ପ୍ରଜାତିର ଆମ୍ବ ଚୋରି

ବଗିଚାରୁ ଚୋରି ହୋଇଗଲା ଜାପାନିଜ ମିୟାଜାକି । ଯାହାର ମୂଲ୍ୟ କିଲୋ ପ୍ରତି 2 ଲକ୍ଷ 50 ହଜାର ଟଙ୍କା । ଆମ୍ବ ସୁରକ୍ଷା ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

japanese miyazaki mango stolen from garden

author img

By

Published : Jun 22, 2023, 2:20 PM IST

ବଗିଚାରୁ ଚୋରି ହୋଇଗଲା ଲକ୍ଷେ ଟଙ୍କିଆ ଆମ୍ବ

ନୂଆପଡା: ବଗିଚାରୁ ଚୋରି ହୋଇଗଲା ବିରଳ ପ୍ରଜାତିର ଆମ୍ବ । ଯାହାର ମୂଲ୍ୟ କିଲୋଗ୍ରାମ ପିଛା ରହିଛି 2 ଲକ୍ଷ 50 ହଜାର ଟଙ୍କା । ଆମ୍ୱଚୋରି ପରେ ଚିନ୍ତାରେ ଆମ୍ବ ବ୍ୟବସାୟୀ ନାରାୟଣ ଯାହାନାବାଦୀ । ଏପରି ଅଭିଯୋଗ ଆସିଛି ନୂଆପଡି ଜିଲ୍ଲା ଖରିଆର ରୋଡ଼ ଅଞ୍ଚଳରୁ । ଏହି ଖବର ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଚୋରି ହୋଇଥିବା ଆମ୍ବର ନାଁ ହେଉଛି ଜାପାନିଜ ମିୟାଜାକି ।

ଖରିଆର ରୋଡ଼ ଏନଏସି ୱାର୍ଡ ନମ୍ୱର 19 ନିବାସୀ ନାରାୟଣ ଯାହାନାବାଦୀ । ପେଶାରେ ସେ ଜଣେ ବ୍ୟବସାୟୀ । ଖରିଆର ରୋଡ଼ ଠାରେ ତାଙ୍କର ନବରତ୍ନ ଜଲେରି ନାମରେ ଏକ ଗହଣା ଦୋକାନ ରହିଛି । ଏଥିସହ ସେ ଆମ୍ବ ଚାଷ ମଧ୍ୟ କରନ୍ତି । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନରା ଗ୍ରାମ ଠାରେ ତାଙ୍କର 3 ଏକର ଜମି ବିଶିଷ୍ଟ ଆମ୍ବ ବଗିଚା ରହିଛି । ବଗିଚାର ନାମ ଶ୍ରୀରାମ ଫୁଲବାରି। ଏହି ବଗିଚାରେ 38 ପ୍ରକାରର ଆମ୍ବଗଛ ଲାଗିଥିବାବେଳେ, ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ବିକ୍ରିକରି ଲାଭବାନ ହୋଇଥାନ୍ତି ମାଲିକ ନାରାୟଣ ଯାହାନାବାଦୀ ।

ତେବେ ବଗିଚାରେ ବିରଳ ପ୍ରଜାତିର ଆମ୍ବ ଗଛ ଜାପାନୀ ମିୟାଜାକି ମଧ୍ୟ ରହିଛି । ଏହି ପ୍ରଜାତିର 8 ଗୋଟି ଆମ୍ବ ଗଛ ଲାଗିଛି । ଗଛରେ ଆମ୍ବ ଫଳ ମଧ୍ୟ ଫଳିଥିଲା । ଜାପାନୀ ମିୟାଜାକି ଆମ୍ବ ମୂଲ୍ୟବାନ ବୋଲି ନାରାୟଣ ପୂର୍ବରୁ ଜାଣିନଥିଲେ । ସାଧାରଣ ଆମ୍ବଗଛ ପରି ଲଗାଇ ପ୍ରତିବର୍ଷ ଆମ୍ବ ବିକ୍ରି କରୁଥିଲେ । କିଛି ଦିନ ପୂର୍ବରୁ ଛତିଶଗଡ଼ ଜବଦଲପୁର ଅଞ୍ଚଳର ଜଣେ ବ୍ୟକ୍ତି ଜାପାନୀଜ ମିୟାଜାକି ମୂଲ୍ୟବାନ ଅଟେ ବୋଲି ନାରାୟଣଙ୍କୁ କହିଥିଲେ । ଯାହାର ମୂଲ୍ୟ କିଲୋ ପ୍ରତି 2 ଲକ୍ଷ 50 ହଜାର ଟଙ୍କା ବୋଲି ସେ ଜାଣିବାକୁ ପାଇଥିଲେ ।

କିଛିଦିନ ପୂର୍ବେ ଏହି ପ୍ରଜାତିର ଆମ୍ବ ନୂଆପଡା ଓରମାସ ପକ୍ଷରୁ ପ୍ରଦର୍ଶନୀ କରାଯାଇଥିଲା । ପ୍ରଶାସନ ଏହି ଆମ୍ବ କିଲୋଗ୍ରାମ ପ୍ରତି 2 ଲକ୍ଷ 75 ହଜାର ଟଙ୍କା ବୋଲି ଚାଷୀ ମାନଙ୍କୁ ପ୍ରଭାବିତ କରିବାପାଇଁ ଦେଖାଇ ଥିଲେ । ତେଣୁ ନିଜ ବାଡ଼ିରେ ଏହି ଦାମି ଆମ୍ବ ଫଳିଥିବା ନାରାୟଣ ଜାଣିବା ପରେ ଖୁସିରେ ନାଚି ଉଠିଥିଲେ। ଆମ୍ବ ଗଛ ସହ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଏହି ଖବର ଚାରିଆଡେ ପ୍ରସାରିତ ହେବାପରେ ଆମ୍ବ ମାଲିକ ନାରାୟଣ ଯାହାନାବାଦୀଙ୍କୁ ସବୁଦିଗରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏହାର ଛିକ କିଛିଦିନ ପରେ ବଗିଚାରୁ ବିରଳ ପ୍ରଜାତିର ଆମ୍ବ ଚୋରି ହୋଇଯାଇଛି । ଏବେ କେବଳ ଆଉ 8ଗୋଟି ଆମ୍ବ ଗଛରେ ଫଳ ରହିଛି । ଏହାର ସୁରକ୍ଷା ନେଇ ଆମ୍ବ ମାଲିକ ଚିନ୍ତାରେ ରହିଛନ୍ତି । ତେବେ କିଏ ବଗିଚାରୁ ଆମ୍ବ ଚୋରି କଲା ତାହା ଜଣାପଡିନାହିଁ । ଏନେଇ ମାଲିକ ନାରାୟଣ ମଧ୍ୟ ପୋଲିସ ଷ୍ଟେସନରେ ଅଭିଯୋଗ କରିନାହାନ୍ତି । ଚୋରି କରିଥିବା ବ୍ୟକ୍ତି ଆଖପାଖ ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.