ନୂଆପଡା: ଜିଲ୍ଲା ଖଡ଼ିଆଳ ବ୍ଲକ ଭୋଜପୁର ପ୍ରାଥମିକ କୃଷି ସମବାୟ ସମିତି ସହ-ସମ୍ପାଦକ ରାମଚନ୍ଦ୍ର ଭୋଇଙ୍କ ଉନ୍ମୁକ୍ତ କାଣ୍ଡ । ନିଶାସକ୍ତ ଅବସ୍ଥାରେ କୃଷି ସମବାୟ ସମିତି କୁ ଆସି ଅନ୍ୟ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରି ରେକର୍ଡ ପତ୍ର ଫୋପାଡ଼ି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
କମ୍ପ୍ୟୁଟର, ଲାପଟପ, ପ୍ରିଣ୍ଟର ସମସ୍ତ ଲକ୍ଷାଧିକ ମୂଲ୍ୟର ସାମଗ୍ରୀକୁ ଫୋପାଡ଼ି ଫିଙ୍ଗିଦେଇଛନ୍ତି । କିଛି ବୁଝିବା ପୂର୍ବରୁ କମ୍ପ୍ୟୁଟର ଡାଟା ଅପରେଟର ଥବିର ତାଣ୍ଡି , ପିଅନ ନରୋତ୍ତମ ଭୋଇ ଏବଂ ରାତ୍ର ଜଗୁଆଳି ପଞ୍ଚାନନ ଭୋଇଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ସରକାରୀ କାର୍ଯ୍ୟାଳୟରେ ଦବଙ୍ଗଗିରି ଦେଖାଇଛନ୍ତି ।
ଏନେଇ ସହ-ସମ୍ପାଦକ ରାମଚନ୍ଦ୍ର ଭୋଇଙ୍କ ବିରୁଦ୍ଧରେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଖଡ଼ିଆଳ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି । ଏପଟେ ସମବାୟ ସମିତିର ସମସ୍ତ ସଭ୍ୟସଭ୍ୟା ମିଟିଂ କରି ରେଜୁଲେସନ କରିଛନ୍ତି ।
ଆଗକୁ ଘଟଣା କେଉଁ ମୋଡ ନେଉଛି ତହିଁରେ ସମସ୍ତଙ୍କ ନଜର । ଏଭଳି କାଣ୍ଡ ଭିଆଇବାରୁ ଆଗରୁ ଅଧିକାରୀ ଜଣକ କାଯ୍ୟରୁ ନିଲମ୍ବନ ହୋଇଥିଲେ । ଏବେ ପୁଣି ଘଟଣାର ପୁନରାବୃତ୍ତି ହୋଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ