ETV Bharat / state

ମା’ ସ୍ନେହରୁ ବଞ୍ଚିତ ଦୁଇ କଅଁଳ କଢି, ଜଙ୍ଗଲରେ ଖୋଜୁଛନ୍ତି ସାହାରା

ବଣ ପାହାଡରେ ଘେରା ଦୁର୍ଗମ ମନ୍ଦଳପାଖାନ ଗାଁ । ଆଦିମ ଜନଜାତି ପହରିଆ ବସବାସ କରୁଥିବା ଏହି ଗାଁର ଜଙ୍ଗଲରେ ଘୁରି ବୁଲୁଛନ୍ତି ଦୁଇ ଶିଶୁ କନ୍ୟା କୁର(4) ଏବଂ ପରମି (3) । ଦୃଶ୍ୟ ଦେଖିଲେ ଲାଗେ ସତେ ଯେମିତି ଦାଉ ସାଜିଛି ବିଧାତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
author img

By

Published : May 11, 2019, 5:51 PM IST

ନୂଆପଡା: ବଣ ପାହାଡ ଘେରା ଦୁର୍ଗମ ମନ୍ଦଳପାଖାନ ଗାଁ । ଆଦିମ ଜନଜାତି ପହରିଆ ବସବାସ କରୁଥିବା ଏହି ଗାଁର ଜଙ୍ଗଲରେ ଘୁରି ବୁଲୁଛନ୍ତି ଦୁଇ ଶିଶୁ କନ୍ୟା କୁର(4) ଏବଂ ପରମି(3) । ଦୃଶ୍ୟ ଦେଖିଲେ ଲାଗେ ସତେ ଯେମିତି ଦାଉ ସାଜିଛି ବିଧାତା । ପିଲା ଦୁହିଁଙ୍କୁ ମମତା ଦେବାକୁ ନା ଅଛି ମା’, ନା ଅନ୍ୟ କେହି । ତେବେ ପିଲା ଦୁହିଁଙ୍କର ଦୁଃଖ ଭରା କାହାଣୀ ବିଷୟରେ ଅଧିକ ଜାଣିବା ପାଇଁ ମାଓ ପ୍ରବଣ ଏହି ଅଞ୍ଚଳରେ ପହଞ୍ଚିଥିଲା ‘ଇଟିଭି ଭାରତ ଟିମ୍‌’ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଜିଲ୍ଲା ସଦର ମହକୁମାଠାରୁ 122 କିଲୋମିଟର ଦୂର ବଣ ପାହାଡରେ ଘେରା ମାଓ ପ୍ରବଣ ଅଞ୍ଚଳ ସିନାପାଲି ବ୍ଲକ ମନ୍ଦଳପାଖାନ ଗାଁ । ଯେଉଁଠାରେ ବସବାସ କରନ୍ତି ଆଦିମ ଜନଜାତି ପହରିଆ ସମ୍ପ୍ରଦାୟ । ଗାଁରେ ରହୁଥିବା ରୂପସିଂ ବନବାସୀ ଓ ସ୍ତ୍ରୀ ରାମବତୀ ବନବାସୀଙ୍କର ଦୁଇ ଝିଅ କୁର ଓ ପରମି । ପିଲା ଦୁହିଁଙ୍କ ଜନ୍ମର କିଛି ଦିନ ପରେ ରୋଗାଗ୍ରସ୍ତ ହୋଇ ଆଖି ବୁଜନ୍ତି ମା’ ରାମବତୀ । ପରେ ପରେ ପିଲା ଦୁହିଁଙ୍କୁ ଛାଡି ଗତ 6 ମାସ ହେବ ହାଇଦ୍ରାବାଦରେ ଦାଦନ ଖଟୁଛନ୍ତି ବାପା ରୂପସିଂ ।

ବାପା ମା’ ଛାଡି ଚାଲିଯିବା ପରେ ବଡବାପା ଓ ବଡମା’ ପାଲଟନ୍ତି ପିଲା ଦୁହିଁଙ୍କର ଆଶ୍ରୟ । ହେଲେ ଗରିବ ଆଦିବାସୀ ପରିବାର ହୋଇଥିବାରୁ ନିଜ ପେଟକୁ ଦାନା ଗଣ୍ଡେ ଯୋଗାଡି ପାରୁନଥିବା ବଡବାପା, ବଡମା’ ପିଲା ଦୁହିଁଙ୍କୁ ଅର୍ଦ୍ଧାହାରରେ ପୋଷିବାକୁ ବାଧ୍ୟ ହେଉଛନ୍ତି । ଏପରି ସ୍ଥିତିରେ ବେସାହାରା ହୋଇ ଗାଁ ଜଙ୍ଗଲରେ ଘୁରି ବୁଲୁଛନ୍ତି ଦୁହେଁ । ଲାଗେ ସତେ ଯେମିତି ଏହି ଜଙ୍ଗଲରେ ବୁଲି ବୁଲି ନିଜ ବାପା ମା’ଙ୍କୁ ଖୋଜୁଛନ୍ତି ଦୁହେଁ ।

ପିଲା ଦୁହିଁଙ୍କର ଦୂରାବସ୍ଥା ଦେଖି ସ୍ଥାନୀୟ ଲୋକେ ବି ଆଚମ୍ଭିତ । ଯେଉଁ ବସୟରେ ହସି ଖେଳି ବୁଲିବା କଥା ସେ ବୟସରେ ବିନା ଖାଦ୍ୟ ଓ ବାପା ମା’ ବିନା ଜୀବନ ଜିଇଁବାର ଲକ୍ଷେ ଆଶା ଖୋଜୁଛନ୍ତି ପିଲାଏ । ତେଣୁ ଅବସ୍ଥା ଦେଖି ସେମାନଙ୍କ ପାଇଁ ତୁରନ୍ତ ସରକାରୀ ସହୟତା ଯୋଗାଇବାକୁ ସ୍ଥାନୀୟ ବିଡିଓଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ସୂଚନା ଦେଇଛନ୍ତି ସିନାପାଲି ବିଡିଓ । ଏଥିସହ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଆବଶ୍ୟକୀୟ ସୁରକ୍ଷା ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

sds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.