ETV Bharat / state

ଜିଭିଆର କମ୍ପାନୀ ନାଁରେ ଠକେଇ ଅଭିଯୋଗ: 6 ମାସ ହେଲା କର୍ମଚାରୀଙ୍କୁ ମିଳୁନି ଦରମା

ନୂଆପଡା ଜିଲ୍ଲା ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ ଜିଭିଆର କମ୍ପାନୀରେ କାମକରି 6 ମାସ ହେଲା ଦରମା ପାଇନଥିବା ଅଭିଯୋଗ ଅଣିଛନ୍ତି ଶତାଧିକ କମ୍ପାନୀ ।

author img

By

Published : Jul 10, 2020, 7:25 AM IST

Updated : Jul 11, 2020, 6:19 AM IST

ଜିଭିଆର କମ୍ପାନୀର ଠକେଇ, 6ମାସ ହେଲା କର୍ମଚାରୀଙ୍କୁ ମିଳୁନି ଦରମା

ନୂଆପଡା: ଜିଲ୍ଲା ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ ଜିଭିଆର ଇନଫାଷ୍ଟକ୍ଚର ନାମକ କମ୍ପାନୀ କର୍ମଚାରୀଙ୍କୁ ଦରମା ନଦେଇ ଠକି ଚାଲିଥିବା ଅଭିଯୋଗ । 2018 ମସିହାରେ କର୍ମଚାରୀଙ୍କୁ 6 ମାସର ଦରମା ନଦେଇ ଜିଭିଆର କମ୍ପାନୀ ସରକାରଙ୍କଠାରେ ବ୍ଲାକଲିଷ୍ଟେଡ଼ ହୋଇସାରିଛି । ସେତେବେଳେ ଜିଭିଆର 353 ଜାତୀୟ ରାଜପଥ ଅର୍ଦ୍ଧନିର୍ମିତ କାମକୁ ଲିଙ୍କନ ଇନଫାଷ୍ଟକ୍ଚର ପ୍ରାଇଭେଟ ଲିମିଟେଡ କମ୍ପାନୀସହ ବୁଝାମଣା ହୋଇ 353 ଜାତୀୟ ରାଜପଥ ଅର୍ଦ୍ଧନିର୍ମିତ କାମକୁ ହସ୍ତାନ୍ତର କରିଥିଲା । ଏହା ସହିତ 6 ମାସର ଦରମା ପାଇନଥିବା ଜିଭିଆର କର୍ମଚାରୀମାନକୁ ମଧ୍ୟ ଲିକନ କମ୍ପାନୀକୁ ହସ୍ତାନ୍ତର କରି ବକେୟା ଦରମା ପ୍ରଦାନ ପାଇଁ କୋମନା ଥାନାରେ ପ୍ରତିଶ୍ରୁତି ଦେଇଥିଲା ଜିଭିଆର ।

ଜିଭିଆର କମ୍ପାନୀ ନାଁରେ ଠକେଇ ଅଭିଯୋଗ: 6 ମାସ ହେଲା କର୍ମଚାରୀଙ୍କୁ ମିଳୁନି ଦରମା

ଲିକନ କମ୍ପାନୀରେ କର୍ମଚାରୀ ମାନଙ୍କ କାମ ଠିକ ଠାକ ଚାଲିଥିବା ବେଳେ,କର୍ମଚାରୀଙ୍କ ଦରମା ମଧ୍ୟ ଠିକ ଦେଉଥିଲା । ଏହାପରେ ଜିଭିଆର କମ୍ପାନୀର ଡାଇରେକ୍ଟର ରାଜୀବ ଚୌଧୁରୀ କୁମନ୍ତ୍ରଣା ଆରମ୍ଭ କରିଥିଲେ । କର୍ମଚାରୀମାନଙ୍କ ଦରମା ଜିଭିଆର ଏକାଉଣ୍ଟରେ ଜମା ଦିଅ ଏବଂ ଜିଭିଆର ତରଫରୁ କର୍ମଚାରୀଙ୍କୁ ଦରମା ଦିଆଯିବ ବୋଲି କୁଆଡେ ଜିଭିଆର ଡାଇରେକ୍ଟର ଲିକନକୁ କହିଥିଲେ । ଏହା ପରେ ଲିକନ ତା ନିଜ କର୍ମଚାରୀଙ୍କୁ ଦରମା ଦେଇ ବାକିତକ ଜିଭିଆର କର୍ମଚାରୀଙ୍କ ଦରମା ଜିଭିଆର ଏକାଉଣ୍ଟକୁ ପଠାଉଥିଲା । ଏହାପରେ ମଧ୍ୟ ଜିଭିଆର ଡାଇରେକ୍ଟର ରାଜୀବ ଚୌଧୁରୀ ନିଜ କର୍ମଚାରୀଙ୍କୁ ଦରମା ଦେଉନଥିବା ସମୂହ କର୍ମଚାରୀ ଅଭିଯୋଗ କରିଛନ୍ତି ।

କର୍ମଚାରୀମାନେ ଜିଭିଆର କମ୍ପାନୀରେ କାମକରି 6 ମାସର ଦରମା ସମୁଦାୟ ପାଖାପାଖି 48ଲକ୍ଷ ଟଙ୍କା ଦରମା ପାଇନଥିବା ସମୂହ କର୍ମଚାରୀ ଅଭିଯୋଗ କରିଛନ୍ତି । ଏନେଇ ଶତାଧିକ କର୍ମଚାରୀ ଖଡ଼ିଆଳ ଲଷ୍ମୀପୁର ଠାରେଥିବା କମ୍ପାନୀର ଅସ୍ଥାୟୀ କ୍ୟାମ୍ପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣା ସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ବୁଝାସୁଝା କରୁଥିବା ଦେଖାଦେଇଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated : Jul 11, 2020, 6:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.